ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୨ ହଜାର ୬୧୦ ଜଣ ସୁସ୍ଥ । 

Advertisment
ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୨ ହଜାର ୬୧୦ ଜଣ ସୁସ୍ଥ । 

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ୨ ହଜାର ୬୧୦ ଜଣ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; ଖୋର୍ଦ୍ଧାରୁ ସର୍ବାଧିକ ୪୩୮, କଟକରୁ ୨୦୪, ସୁନ୍ଦରଗଡ଼ରୁ ୧୭୧, ଅନୁଗୁଳରୁ ୧୪୮, ଯାଜପୁରରୁ ୧୧୯, ବାଲେଶ୍ୱରରୁ ୧୧୩, ସମ୍ବଲପୁରରୁ ୧୦୯, ମୟୂରଭଞ୍ଜରୁ ୯୯, ବଲାଙ୍ଗୀରରୁ ୯୫, ନବରଙ୍ଗପୁରରୁ ୯୧ ଏବଂ ବରଗଡ଼ରୁ ୮୩ ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜଗତସିଂହପୁରରୁ ୭୮, ଭଦ୍ରକରୁ ୬୯, ଝାରସୁଗୁଡ଼ାରୁ ୬୮, କେନ୍ଦ୍ରାପଡ଼ାରୁ ୬୮, କେନ୍ଦୁଝରରୁ ୬୧, ନୂଆପଡ଼ାରୁ ୬୧, ପୁରୀରୁ ୫୪, ସୋନପୁରରୁ ୫୩, କଳାହାଣ୍ଡିରୁ ୫୨, କୋରାପୁଟରୁ ୫୨, କନ୍ଧମାଳରୁ ୫୨, ନୟାଗଡ଼ରୁ ୪୧, ଗଞ୍ଜାମରୁ ୩୪, ଢ଼େଙ୍କାନାଳରୁ ୩୦, ମାଲକାନଗିରିରୁ ୨୮ ଏବଂ ବୌଦ୍ଧରୁ ୧୮, ଦେବଗଡ଼ରୁ ୧୩, ଗଜପତିରୁ ୧୨, ରାୟଗଡ଼ାରୁ ୧୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

ତେବେ ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏଯାଏଁ ମୋଟ ୨ ଲକ୍ଷ ୪୬ ହଜାର ୮୩୭ ଜଣ ସୁସ୍ଥ ହୋଇ ସାରିଲେଣି ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe