କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା । ରାଜ୍ୟରେ ସୁସ୍ଥ ହେଲେ ୨,୫୧୯ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମ ଜିଲ୍ଲାରୁ ୨୧୬ ଜଣ, ପୁରୀ ଜିଲ୍ଲାରୁ ୨୧୦ ଜଣ, ରାୟଗଡ଼ା ଜିଲ୍ଲାରୁ ୨୦୫ ଜଣ, କେରାପୁଟ ଜିଲ୍ଲାରୁ ୧୬୯ ଜଣ, ମୟୂରଭଂଜ ଜିଲ୍ଲାରୁ ୧୫୦ ଜଣ, କଟକ ଜିଲ୍ଲାରୁ ୧୨୯ ଜଣ ଓ ବାଲେଶ୍ୱର ଜିଲ୍ଲାରୁ ୧୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Advertisment

ନୟାଗଡ଼ ଜିଲ୍ଲାରୁ ୯୫ ଜଣ, ସମ୍ବଲପୁର ଜିଲ୍ଲାରୁ ୮୫ ଜଣ, ମାଲକାନଗିରି ଜିଲ୍ଲାରୁ ୮୪ ଜଣ, ଭଦ୍ରକ ଜିଲ୍ଲାରୁ ୭୭ ଜଣ, ଢେଙ୍କାନାଳ ଜିଲ୍ଲାରୁ ୭୬ ଜଣ ଓ ନବରଙ୍ଗପୁର ଜିଲ୍ଲାରୁ ୫୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କନ୍ଧମାଳରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୮ ଜଣ ହୋଇଥିବା ବେଳେ ବଲାଙ୍ଗୀର ଜିଲ୍ଲାରୁ ୪୫ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୪୨ ଜଣ, ଗଜପତି ଜିଲ୍ଲାରୁ ୪୦ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୯ ଜଣ, ଝାରସୁଗୁଡ଼ା, କେନ୍ଦୁଝର ଜିଲ୍ଲାରୁ ୩୮ ଜଣ ଲେଖାଏଁ, ସୁବର୍ଣ୍ଣପୁର ଜିଲ୍ଲାରୁ ୩୩ ଜଣ, ନୂଆପଡ଼ା ଜିଲ୍ଲାରୁ ୨୮ ଜଣ, ଜଗତସିଂହପୁର ଜିଲ୍ଲାରୁ ୨୭ ଜଣ, ବରଗଡ଼ ଜିଲ୍ଲାରୁ ୨୫ ଜଣ, କଳାହାଣ୍ଡି ଜିଲ୍ଲାରୁ ୧୯ ଜଣ, ଯାଜପୁର ଜିଲ୍ଲାରୁ ୧୨ ଜଣ, ଦେବଗଡ଼ ଜିଲ୍ଲାରୁ ୪ ଜଣ ଓ ଅନୁଗୁଳ ଜିଲ୍ଲାରୁ ଜଣେ ସୁସ୍ଥ ହୋଇଛନ୍ତି । ତେବେ ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏଯାଏଁ ମୋଟ ୭୩ ହଜାର ୨୩୩ ଜଣ ସୁସ୍ଥ ହୋଇ ସାରିଲେଣି ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ।