ଓଡ଼ିଶା ପାଇଁ ଭଲ ଖବର । ସୁସ୍ଥ ହେଲେ ଆଉ ୨୪ କରୋନା ଆକ୍ରାନ୍ତ । ଗଂଜାମରୁ ୧୯, ଯାଜପୁରରୁ ୩, ବାଲେଶ୍ୱରରୁ ୨ ଜଣ କରୋନା ରୋଗୀ ସୁସ୍ଥ ।

710

କନକ ବ୍ୟୁରୋ : ଓଡ଼ିଶା ପାଇଁ ଭଲ ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪ କରୋନା ଆକ୍ରାନ୍ତ । ଗଂଜାମରୁ ୧୯ ଜଣ, ଯାଜପୁରରୁ ୩ ଜଣ, ବାଲେଶ୍ୱରରୁ ୨ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଚିକିତ୍ସା ପରେ ଏଯାଏଁ ରାଜ୍ୟରେ ମୋଟ ସୁସ୍ଥ ହେଲେଣି ୨୨୦ ଜଣ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ଅନ୍ୟପଟେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୨୮ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ୯୧ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକରେ ୨୮, ବାଲେଶ୍ୱରରେ ୧୭, ଗଂଜାମ ୧୫, କଟକ ୧୨, ପୁରୀ ୭, କେନ୍ଦୁଝର ୪, ଖୋର୍ଦ୍ଧା ୩ , ବଲାଙ୍ଗୀର ୨, କେନ୍ଦ୍ରପଡା, ସୁନ୍ଦରଗଡ ଓ ସମ୍ବଲପୁରରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ପ୍ରଥମ ଥର ପାଇଁ ସମ୍ବଲପୁର ଜିଲ୍ଲାକୁ ଡେଇଁଛି କରୋନା ଭୂତାଣୁ । ରାଜ୍ୟରେ ୨୨ ତମ ଜିଲ୍ଲା ଭାବେ ସମ୍ବଲପୁରରେ ଚିହ୍ନଟ ହୋଇଛନ୍ତି କରୋନା ଆକ୍ରାନ୍ତ ।

ସେପଟେ ଗତ ୨୪ ଘଂଟାରେ ରାଜ୍ୟରେ ରେକର୍ଡ ସଂଖ୍ୟାରେ ନମୂନା ପରୀକ୍ଷା ହୋଇଛି । ଗତ ୨୪ ଘଂଟାରେ ରାଜ୍ୟରେ ୫ ହଜାର ୮୩ ଜଣଙ୍କ ନମୂନା ପରୀକ୍ଷା ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ନମୂନା ପରୀକ୍ଷା ସଂଖ୍ୟା ୯୧ ହଜାର ୨୨୩କୁ ବୃଦ୍ଧି ହୋଇଛି । ଏହା ମଧ୍ୟରୁ ୮୨୮ ଜଣ କରୋନା ପଜିଟିଭ୍ ଆସିଛନ୍ତି ।