ଭ୍ୟାକ୍ସିନ୍ ଭିତରେ ଓଡ଼ିଶା ପାଇଁ ଭଲ ଖବର । ରାଜ୍ୟରେ କରୋନାରୁ ଏକାଥରେ ୨୩୦ ଜଣ ହେଲେ ସୁସ୍ଥ ।

141
କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ଟୀକାକରଣ ଭିତରେ ଓଡ଼ିଶା ପାଇଁ ଭଲ ଖବର । ରାଜ୍ୟରେ ଏକାଥରେ କରୋନାରୁ ସୁସ୍ଥ ହେଲେ ୨୩୦ ଜଣ କରୋନା ଆକ୍ରାନ୍ତ । ସୁନ୍ଦରଗଡ଼ରୁ ସର୍ବାଧିକ ୩୦ ଜଣ ସୁସ୍ଥ ହୋଇଥିବାବେଳେ ଅନୁଗୁଳରୁ ୨୬, ବଲାଙ୍ଗିରରୁ ୨୬, ଝାରସୁଗୁଡ଼ାରୁ ୧୮, ବରଗଡ଼ରୁ ୧୭, କଟକରୁ ୧୫, ସମ୍ବଲପୁରରୁ ୧୪, ଯାଜପୁରରୁ ୧୨, ଖୋର୍ଦ୍ଧାରୁ ୧୧, ବାଲେଶ୍ୱରରୁ ୧୦ ମୟୂରଭଞ୍ଜରୁ ୯ ସୁସ୍ଥ ହୋଇଛନ୍ତି ।

ସେହିପରି କେନ୍ଦ୍ରାପଡ଼ାରୁ ୬ ଜଣ, ପୁରୀରୁ ୬, ଗଜପତିରୁ ୫, ନୂଆପଡ଼ାରୁ ୫, ମାଲକାନଗିରିରୁ ୪, ସୋନପୁରରୁ ୪, ଗଞ୍ଜାମରୁ ୩, ଏବଂ ଭଦ୍ରକ-ବୌଦ୍ଧ ଓ ଜଗତସିଂହପୁରରୁ ୨ ଜଣ ଲେଖାଏଁ କରୋନାରୁ ସୁସ୍ଥ ହୋଇଥିବାବେଳେ ରାୟଗଡ଼ାରୁ ଜଣେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୩ ଲକ୍ଷ ୨୯ ହଜାର ୩୧୮ ଜଣ ସୁସ୍ଥ ହେଲେଣି ବୋଲି ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।