ଓଡ଼ିଶା ପାଇଁ ଖୁସି ଖବର । ଏକାଥରେ ସୁସ୍ଥ ହେଲେ ୨୦୩ ଆକ୍ରାନ୍ତ, ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୪ ହଜାର ୯୪୬କୁ ବୃଦ୍ଧି ।

2,925

କନକ ବ୍ୟୁରୋ: ଓଡ଼ିଶା ପାଇଁ ଭଲ ଖବର । ଧିରେ ଧିରେ ରାଜ୍ୟରେ ବଢୁଛି ସୁସ୍ଥଙ୍କ ସଂଖ୍ୟା । ଗୋଟିଏ ପଟେ ପଜିଟିଭ୍ ସଂଖ୍ୟା ବଢୁଥିବା ଯୋଗୁଁ ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇଥିବାବେଳେ ଆଜି କରୋନାରୁ ଏକାଥରେ ସୁସ୍ଥ ହେଲେ ୨୦୩ ଅକ୍ରାନ୍ତ । ଯାହାକି ଓଡ଼ିଶାବାସୀଙ୍କୁ ଆଶ୍ୱସ୍ତି କରିଛି । ତେବେ ସୁସ୍ଥଙ୍କ ମଧ୍ୟରେ ସର୍ବାଧିକ ଗଞ୍ଜାମରୁ ୬୦, ଗଜପତିରୁ ୨୦, ଖୋର୍ଦ୍ଧାରୁ ୧୯, କଟକରୁ ୧୮, ଭଦ୍ରକରୁ ୧୪, କେନ୍ଦୁଝରରୁ ୧୩, ନୟାଗଡ଼ରୁ ୧୨, ମୟୂରଭଞ୍ଜରୁ ୧୦, ଯାଜପୁରରୁ ୯, ବାଲେଶ୍ୱରରୁ ୮ ଏବଂ କେନ୍ଦ୍ରାପଡ଼ାରୁ ୭ ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୪, ଢ଼େଙ୍କାନାଳରୁ ୩, ବଲାଙ୍ଗୀର ଏବଂ ଜଗତସିଂପୁରରୁ ୨ ଜଣ ଲେଖାଏର୍ ସୁସ୍ଥ ହୋଇଥିବାବେଳେ ଦେବଗଡ଼ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ତେବେ ଆଜିର ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୪ ହଜାର ୯୪୬କୁ ବୃଦ୍ଧି ହୋଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବଭାଗ ।