ଟିମ୍ ଇଣ୍ଡିଆର ଆଉ ଦୁଇ ଖେଳାଳି କୋଭିଡ୍ ପଜିଟିଭ୍ ଚିହ୍ନଟ । ସ୍ପିନର ୟୁଜବେନ୍ଦ୍ର ଚହଲ ଓ କୃଷ୍ଣାପା ଗୌତମ କରୋନା ସଂକ୍ରମିତ ।

211

କନକ ବ୍ୟୁରୋ: ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳ ଉପରେ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି । କ୍ରୁନ୍ୟାଲ ପାଣ୍ଡ୍ୟାଙ୍କ ପରେ ଏବେ ଆଉ ଦୁଇ ଜଣ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଖବର ମିଳିଛି । ଏହି ଦୁଇ ଖେଳାଳି ହେଲେ, ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ଓ କୃଷ୍ଣାପା ଗୌତମ । ତେବେ ଭାରତୀୟ ଟିମରେ ଆଉ ଦୁଇ ଖେଳାଳି ପଜିଟିଭ୍ ଚିହ୍ନଟ ହେବା ଏବେ ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି ।

ଗତ ଜୁଲାଇ ୨୭ ତାରିଖରେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର କ୍ରୁନ୍ୟାଲ ପାଣ୍ଡ୍ୟା କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ହଠାତ୍ ଦ୍ୱିତୀୟ ଟି-୨୦କୁ ଗୋଟିଏ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଥିଲା । ତା ସହିତ ଦଳର ୭ ଜଣ ଖେଳାଳି ପାଣ୍ଡ୍ୟାଙ୍କ ସଂଷ୍ପର୍ଶରେ ଆସିଥିବା ହେତୁ ଦ୍ୱିତୀୟ ଓ ତୃତୀୟ ଟି-୨୦ରୁ ବାଦ ପଡିଥିଲେ । ଆଉ ଏବେ ୟୁଜବେନ୍ଦ୍ର ଚହଲ ଓ କୃଷ୍ଣାପା ଗୌତମ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି ।