କନକ ବ୍ୟୁରୋ: ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳ ଉପରେ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି । କ୍ରୁନ୍ୟାଲ ପାଣ୍ଡ୍ୟାଙ୍କ ପରେ ଏବେ ଆଉ ଦୁଇ ଜଣ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଖବର ମିଳିଛି । ଏହି ଦୁଇ ଖେଳାଳି ହେଲେ, ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ଓ କୃଷ୍ଣାପା ଗୌତମ । ତେବେ ଭାରତୀୟ ଟିମରେ ଆଉ ଦୁଇ ଖେଳାଳି ପଜିଟିଭ୍ ଚିହ୍ନଟ ହେବା ଏବେ ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି ।
ଗତ ଜୁଲାଇ ୨୭ ତାରିଖରେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର କ୍ରୁନ୍ୟାଲ ପାଣ୍ଡ୍ୟା କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ହଠାତ୍ ଦ୍ୱିତୀୟ ଟି-୨୦କୁ ଗୋଟିଏ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଥିଲା । ତା ସହିତ ଦଳର ୭ ଜଣ ଖେଳାଳି ପାଣ୍ଡ୍ୟାଙ୍କ ସଂଷ୍ପର୍ଶରେ ଆସିଥିବା ହେତୁ ଦ୍ୱିତୀୟ ଓ ତୃତୀୟ ଟି-୨୦ରୁ ବାଦ ପଡିଥିଲେ । ଆଉ ଏବେ ୟୁଜବେନ୍ଦ୍ର ଚହଲ ଓ କୃଷ୍ଣାପା ଗୌତମ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି ।
ଭାରତୀୟ ଦଳର ଆଉ ୨ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ
ସ୍ପିନର ୟୁଜବେନ୍ଦ୍ର ଚହଲ ଓ କୃଷ୍ଣାପା ଗୌତମ କରୋନା ଆକ୍ରାନ୍ତ
ଶ୍ରୀଲଙ୍କା ଗସ୍ତରେ ଅଛି ଭାରତୀୟ କ୍ରିକେଟ୍ ଦଳ#COVID19#BCCIpic.twitter.com/dSkwqur35C— Kanak News (@kanak_news) July 30, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/07/28-16.jpg)