ଚାଷୀ ଆନ୍ଦୋଳନ ଭିତରେ ଆଖି ବୁଜିଲେ ଆଉ ୨ ଚାଷୀ । ଜଣେ ହୃଦଘାତରେ ଏବଂ ଆଉ ଜଣେ ଦୁର୍ଘଟଣାରେ ପ୍ରାଣ ହରାଇଲେ ।

Advertisment
ଶନିବାର ବି ସିଂଘୁ ସୀମାରେ ଲାଗିରହିଛି ଚାପା ଉତ୍ତେଜନା । ସ୍ଥାନୀୟ ଲୋକେ ଓ ଚାଷୀଙ୍କ ଭିତରେ ଧସ୍ତାଧସ୍ତି

Farmers take part in a nationwide general strike to protest against the recent agricultural reforms at the Delhi-Haryana state border in Singhu on December 8, 2020. (Photo by Sajjad HUSSAIN / AFP) (Photo by SAJJAD HUSSAIN/AFP via Getty Images)

କନକ ବ୍ୟୁରୋ: ସିଂଘୁ ଏବଂ ଟିକ୍ରି ସୀମା ଚାଷୀ ଆନ୍ଦୋଳନସ୍ଥଳରେ ମଙ୍ଗଳବାର ଆଉ ୨ ଜଣ କୃଷକଙ୍କ ମୃତ୍ୟୁ ଘଟିଛି। ଆନ୍ଦୋଳନକାରୀ ଚାଷୀ ହରିନ୍ଦର (୫୦)ଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଯୁବ ସ୍ବେଚ୍ଛାସେବୀ ଦୀପକ (୨୮)ଙ୍କର ମୃତ୍ୟୁ ଦୁର୍ଘଟଣାଜନିତ ବୋଲି ଜଣାପଡ଼ିଛି। ଦୀପକ ଜାନୁଆରି ୨୬ ଟ୍ରାକ୍ଟର ରାଲିରେ ଆହତ ହୋଇଥିଲେ ଏବଂ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ନିକଟରେ ତାଙ୍କ ଅବସ୍ଥା ଉଦ୍‌ବେଗଜନକ ହେବାରୁ ତାଙ୍କୁ ରୋହତକର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

ଚାଷୀମାନେ ଆନ୍ଦୋଳନସ୍ଥଳ ଛାଡ଼ି ଘରକୁ ଫେରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ସଂସଦରୁ ନିବେଦନ କରିବା ପରେ ଏହାକୁ ନେଇ ପଂଜାବ ଏବଂ ହରିୟାଣା ଚାଷୀ ମହଲରେ ମନ୍ଥନ ଚାଲିଛି । ତେବେ ଚାଷୀ ନେତା ରକେଶ ଟିକାୟତ କହିଛନ୍ତି ଯେ ନୂଆ ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ଏବଂ ଅକ୍ଟୋବର ୨ ପୂର୍ବରୁ ଏହା ପ୍ରତ୍ୟାହାର ହେବନାହିଁ। ତେବେ ଏଭଳି ନିଷ୍ପତ୍ତିକୁ ବିଭିନ୍ନ ଚାଷୀ ସଂଗଠନ ବିରୋଧ କରୁଥିବା ‌ମଧ୍ୟ ଦେଖିବାକୁ ମିଳିଛି । ଦିଲ୍ଲୀ ସୀମାରେ ମୁତୟନ ଥିବା ଅତିରିକ୍ତ ପୁଲିସ ବାହିନୀକୁ ଇତିମଧ୍ୟରେ ପ୍ରତ୍ୟାହାର କରାଯାଇଛି ଏବଂ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି। ସ୍ଥାନୀୟ ଲୋକଙ୍କ ଯାତାୟତରେ ସମସ୍ୟା ସୃଷ୍ଟି ନ କରିବା ଏବଂ କୌଣସି ଅପ୍ରତ୍ୟାଶିତ ପଦକ୍ଷେପ ନ ନେବାକୁ ଚାଷୀ ନେତାମାନଙ୍କୁ ସ୍ଥାନୀୟ ପ୍ରଶାସନ ନିବେଦନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe