କନକ ବ୍ୟୁରୋ: ଭୁବନେଶ୍ୱରରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ । ବମିଖାଲ ଏବଂ କପିଳ ପ୍ରସାଦ ଅଞ୍ଚଳରୁ ୨ ଜଣ କରୋନା ପଜିଟିଭ । ୭୦ ବର୍ଷିୟ ବ୍ୟକ୍ତିଙ୍କ ନମୂନାରେ କରୋନା ପଜିଟିଭ । ବ୍ୟକ୍ତି ଜଣଙ୍କ କପିଳ ପ୍ରସାଦ ହାଉସିଂ ବୋର୍ଡ କଲୋନୀ ଫେଜ-୨ ଅଞ୍ଚଳର । ସେ ଅଷ୍ଟ୍ରେଲିଆରୁ ଫେରିଥିଲେ । ଗତ ୨୨ ତାରିଖରେ ସେ ଅଷ୍ଟ୍ରେଲିଆରୁ ଫେରିଥିବା ତାଙ୍କ ଗସ୍ତ ବିବରଣୀରେ ସ୍ପଷ୍ଟ । ତେବେ ବ୍ୟକ୍ତି ଜଣଙ୍କ ହୋମ କ୍ୱାରେଣ୍ଟାଇନରେ ଥିବା ନେଇ ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ ।
Two more COVID POSITIVE cases in Bhubaneswar. One 70 years old male of Kapila Prasad Housing Board Colony Phase II who had returned from Australia on 22.3.2020 (home quarantine case)
Another, one 29 years old male from Bomikhal found out during active surveillance— H & FW Dept Odisha (@HFWOdisha) April 5, 2020
ସେହିପରି ଅନ୍ୟ ଜଣେ କରୋନା ଆକ୍ରାନ୍ତ ବମିଖାଲ ଅଞ୍ଚଳର । ୨୯ ବର୍ଷିୟ ଯୁବକଙ୍କ ନମୂନା କୋଭିଡ-୧୯ ପଜିଟିଭ । ତେବେ ଆଜି ଆଉ ଦୁଇଟି ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି । ଆଉ ମୋଟ ପଜିଟିଭ ସଂଖ୍ୟାରୁ ୨ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ୨୧ଟି କରୋନା ଆକ୍ଟିଭ କେସ୍ ରହିଛି ।