ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୧,୯୧୧ ସୁସ୍ଥ । ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୨ ଲକ୍ଷ ୭୫ ହଜାର ୭୪୯କୁ ବୃଦ୍ଧି । 

Advertisment
ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୧,୯୧୧ ସୁସ୍ଥ । ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୨ ଲକ୍ଷ ୭୫ ହଜାର ୭୪୯କୁ ବୃଦ୍ଧି । 
କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା । ରାଜ୍ୟରେ ସୁସ୍ଥ ହେଲେ ୧ ହଜାର ୯୧୧ କରୋନା ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ ଜିଲ୍ଲାରୁ ୧୫୩ ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୩୮ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୦୧ ଜଣ, ମୟୂରଭଂଜ ଜିଲ୍ଲାରୁ ୯୬ ଜଣ, ଜଗତସିଂହପୁର ଜିଲ୍ଲାରୁ ୮୧ ଜଣ, ଅନୁଗୁଳ, କଳାହାଣ୍ଡି ଜିଲ୍ଲାରୁ ୭୮ ଜଣ ଲେଖାଏଁ, ନୂଆପଡ଼ା ଜିଲ୍ଲାରୁ ୭୬ ଜଣ, ବାଲେଶ୍ୱର ଜିଲ୍ଲାରୁ ୭୪ ଜଣ, ଯାଜପୁର ଜିଲ୍ଲାରୁ ୭୨ ଜଣ, କେନ୍ଦୁଝର ଜିଲ୍ଲାରୁ ୭୧ ଜଣ, ବରଗଡ଼ ଜିଲ୍ଲାରୁ ୬୩ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫୨ ଜଣ, ଭଦ୍ରକ, ପୁରୀ ଓ ସମ୍ବଲପୁର ଜିଲ୍ଲାରୁ ୫୦ ଜଣ ଲେଖାଏଁ କରୋନାରୁ ସୁସ୍ଥ ହୋଇଛନ୍ତି ।

ସେହିପରି ଢେଙ୍କାନାଳ ଜିଲ୍ଲାରୁ ଆଜି ୪୬ ଜଣ, ନବରଂଗପୁର ଜିଲ୍ଲାରୁ ୪୫ ଜଣ, କୋରାପୁଟ ଜିଲ୍ଲାରୁ ୪୨ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୬ ଜଣ, ନୟାଗଡ଼ ଜିଲ୍ଲାରୁ ୩୩ ଜଣ, ଗଂଜାମ ଜିଲ୍ଲାରୁ ୨୬ ଜଣ, ମାଲକାନଗିରି ଜିଲ୍ଲାରୁ ୨୫ ଜଣ, କନ୍ଧମାଳ ଜିଲ୍ଲାରୁ ୨୪ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୨୦ ଜଣ, ରାୟଗଡ଼ା ଜିଲ୍ଲାରୁ ୧୬ ଜଣ, ଦେବଗଡ଼ ଜିଲ୍ଲାରୁ ୯ ଜଣ, ଗଜପତି ଜିଲ୍ଲାରୁ ୮ ଜଣ, ବୌଦ୍ଧ ଜିଲ୍ଲାରୁ ୨ ଜଣ ଓ ରାଜ୍ୟପୁଲରୁ ୫୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏଯାଏଁ ମୋଟ ୨ ଲକ୍ଷ ୭୫ ହଜାର ୭୪୯ ଜଣ ସୁସ୍ଥ ହୋଇ ସାରିଲେଣି ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe