କନକ ବ୍ୟୁରୋ : ରାଜ୍ୟରେ ଆଜି ୧୮୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୪୮ଜଣ ସୁସ୍ଥ ହୋଇଥିବା ବେଳେ, ଖୋର୍ଦ୍ଧାରୁ ୪୫ଜଣ, ବାଲେଶ୍ୱରରୁ ୩୧ଜଣ, ଗଜପତିରୁ ୧୨, ଭଦ୍ରକରୁ ୧୦, ଜଗତସିଂହପୁର ଓ ଝାରସୁଗୁଡାରୁ ୬ଜଣ ଲେଖାଏଁ, ପୁରୀ ଓ କେନ୍ଦ୍ରାପଡାରୁ ୫ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Advertisment

ତେବେ ରାଜ୍ୟରେ ଏଯାଏଁ ସୁସ୍ଥ ହୋଇସାରିଲେଣି ମୋଟ ୪ହଜାର ୬୦୬ଜଣ କରୋନା ଆକ୍ରାନ୍ତ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।