ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୧,୭୭୩ ସୁସ୍ଥ । ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୫୨ ହଜାର ୨୭୬କୁ ବୃଦ୍ଧି ।

Advertisment
ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୧,୭୭୩ ସୁସ୍ଥ । ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୫୨ ହଜାର ୨୭୬କୁ ବୃଦ୍ଧି ।

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା । ରାଜ୍ୟରେ ସୁସ୍ଥ ହେଲେ ୧,୭୭୩ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମରୁ ୨୧୬ ଜଣ, କଟକରୁ ୧୪୭ ଜଣ, ସମ୍ବଲପୁରରୁ ୧୨୫ ଜଣ, କନ୍ଧମାଳରୁ ୯୨ ଜଣ, ଯାଜପୁରରୁ ୮୭ ଜଣ, ମୟୂରଭଂଜରୁ ୮୦ ଜଣ, ରାୟଗଡ଼ାରୁ ୭୭ ଜଣ, ପୁରୀରୁ ୭୪ ଜଣ, ମାଲକାନଗିରିରୁ ୭୨ ଜଣ, କୋରାପୁଟରୁ ୬୯ ଜଣ, ସୁନ୍ଦରଗଡ଼ରୁ ୬୮ ଜଣ, ବାଲେଶ୍ୱରରୁ ୫୮ ଜଣ ଓ ନୟାଗଡ଼ରୁ ୫୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି କଳାହାଣ୍ଡି, କେନ୍ଦୁଝର ଜିଲ୍ଲାରୁ ୩୮ ଜଣ ଲେଖାଏଁ, ବରଗଡ଼ରୁ ୩୨ ଜଣ, ଗଜପତିରୁ ୩୦ ଜଣ, ବଲାଙ୍ଗୀରରୁ ୨୬ ଜଣ, ଭଦ୍ରକରୁ ୨୫ ଜଣ, ନବରଂଗପୁରରୁ ୨୩ ଜଣ, କେନ୍ଦ୍ରାପଡ଼ାରୁ ୨୨ ଜଣ, ଢେଙ୍କାନାଳରୁ ୨୦ ଜଣ, ଝାରସୁଗୁଡ଼ାରୁ ୧୯ ଜଣ, ଜଗତସିଂହପୁରରୁ ୧୫ ଜଣ ଓ ଅନୁଗୁଳରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏଯାଏଁ ମୋଟ ୫୨ ହଜାର ୨୭୬ ଜଣ ସୁସ୍ଥ ହୋଇ ସାରିଲେଣି ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe