ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୧ ହଜାର ୬୪୧ ସୁସ୍ଥ, ମୋଟ୍ ସୁସ୍ଥଙ୍କ ସଂଖ୍ୟା ୪୮ ହଜାର ୫୭୬କୁ ବୃଦ୍ଧି ।

Advertisment
ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୧ ହଜାର ୬୪୧ ସୁସ୍ଥ, ମୋଟ୍ ସୁସ୍ଥଙ୍କ ସଂଖ୍ୟା ୪୮ ହଜାର ୫୭୬କୁ ବୃଦ୍ଧି ।

କନକ ବ୍ୟୁରୋ: ଟେଷ୍ଟିଂ ବଢୁଛି, ପଜିଟିଭ୍ ବି ବଢୁଛି । ହେଲେ ତାହାରି ଭିତରେ ବଢ଼ି ଚାଲିଛି ସୁସ୍ଥଙ୍କ ସଂଖ୍ୟା । ତେବେ ଓଡ଼ିଶା ପାଇଁ ଖୁସି ଖବର । ବଢ଼ି ଚାଲିଛି ସୁସ୍ଥ ସଂଖ୍ୟା । ରାଜ୍ୟରେ ଏକାଥରେ ସୁସ୍ଥ ହେଲେ ୧ ହଜାର ୬୪୧ ଜଣ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; ଗଂଜାମ ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ୩୫୭ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୯୧ ଜଣ, ଯାଜପୁର ଜିଲ୍ଲାରୁ ୮୬ ଜଣ, ଗଜପତି ଜିଲ୍ଲାରୁ ୬୫ ଜଣ, କଟକ ଜିଲ୍ଲାରୁ ୬୩ ଜଣ, କୋରାପୁଟ ଜିଲ୍ଲାରୁ ୬୩ ଜଣ, ମୟୂରଭଂଜ ଜିଲ୍ଲାରୁ ୬୦ ଜଣ ଓ କନ୍ଧମାଳ ଜିଲ୍ଲାରୁ ୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ରାୟଗଡ଼ା ଜିଲ୍ଲାରୁ ୪୨ ଜଣ, ନୟାଗଡ଼ ଜିଲ୍ଲାରୁ ୪୧ ଜଣ, ମାଲକାନଗିରି ଜିଲ୍ଲାରୁ ୩୯ ଜଣ, ବଲାଙ୍ଗୀର ଜିଲ୍ଲାରୁ ୩୫ ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୩ ଜଣ, ଜଗତସିଂହପୁର ଜିଲ୍ଲାରୁ ୩୩ ଜଣ, ବାଲେଶ୍ୱର ଜିଲ୍ଲାରୁ ୩୧ ଜଣ, କେନ୍ଦୁଝର ଜିଲ୍ଲାରୁ ୨୯ ଜଣ, ବରଗଡ଼ ଜିଲ୍ଲାରୁ ୨୫ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୧ ଜଣ, ପୁରୀ ଜିଲ୍ଲାରୁ ୨୧ ଜଣ, ସମ୍ବଲପୁର ଜିଲ୍ଲାରୁ ୨୦ ଜଣ, କଳାହାଣ୍ଡି ଜିଲ୍ଲାରୁ ୧୬ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୬ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୧ ଜଣ, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସରକାରଙ୍କ ତଥ୍ୟ ଅନୁସାରେ ଗତକାଲି ରାତି ୧୨ଟା ସୁଦ୍ଧା ମୋଟ ୧୧ ଲକ୍ଷ ୧୫ ହଜାର ୯୪୭ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା ହୋଇଛି। ଏଥିରୁ ଏଯାଏଁ ୭୦ ହଜାର ୨୦ଟି ନମୁନା ରିପୋର୍ଟ ପଜିଟିଭ ଆସିଛି। ତେବେ ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏଯାଏଁ ମୋଟ ୪୮ ହଜାର ୫୭୬ ଜଣ ସୁସ୍ଥ ହୋଇ ସାରିଲେଣି ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe