ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୧ ହଜାର ୫୩୫ ସୁସ୍ଥ, ମୋଟ୍ ସୁସ୍ଥଙ୍କ ସଂଖ୍ୟା ୪୫ ହଜାର ୩୧୪କୁ ବୃଦ୍ଧି ।

Advertisment
ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୧ ହଜାର ୫୩୫ ସୁସ୍ଥ, ମୋଟ୍ ସୁସ୍ଥଙ୍କ ସଂଖ୍ୟା ୪୫ ହଜାର ୩୧୪କୁ ବୃଦ୍ଧି ।

କନକ ବ୍ୟୁରୋ: ଟେଷ୍ଟିଂ ବଢୁଛି, ପଜିଟିଭ୍ ବି ବଢୁଛି । ହେଲେ ତାହାରି ଭିତରେ ବଢ଼ି ଚାଲିଛି ସୁସ୍ଥଙ୍କ ସଂଖ୍ୟା । ତେବେ ଓଡ଼ିଶା ପାଇଁ ଖୁସି ଖବର । ବଢ଼ି ଚାଲିଛି ସୁସ୍ଥ ସଂଖ୍ୟା । ରାଜ୍ୟରେ ଏକାଥରେ ସୁସ୍ଥ ହେଲେ ୧ ହଜାର ୫୩୫ ଜଣ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୨୮୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ୧୭୮ ଜଣ, ଗଂଜାମ ଜିଲ୍ଲାରୁ ୧୫୬ ଜଣ, କନ୍ଧମାଳ ଜିଲ୍ଲାରୁ ୧୦୫ ଜଣ, ପୁରୀ ଜିଲ୍ଲାରୁ ୯୬ ଜଣ, କଟକ ଜିଲ୍ଲାରୁ ୮୪ ଜଣ, କୋରାପୁଟ ଜିଲ୍ଲାରୁ ୭୩ ଜଣ, ବରଗଡ଼ ଜିଲ୍ଲାରୁ ୭୦ ଜଣ, ନୟାଗଡ଼ ଜିଲ୍ଲାରୁ ୬୩ ଜଣ, ମାଲକାନଗିରି ଜିଲ୍ଲାରୁ ୫୮ ଜଣ ଓ ବାଲେଶ୍ୱର ଜିଲ୍ଲାରୁ ୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି କଳାହାଣ୍ଡି ଜିଲ୍ଲାରୁ ୪୭ ଜଣ, ଭଦ୍ରକ ଜିଲ୍ଲାରୁ ୪୨ ଜଣ, ଯାଜପୁର ଜିଲ୍ଲାରୁ ୩୯ ଜଣ, ଗଜପତି ଜିଲ୍ଲାରୁ ୨୭ ଜଣ, କେନ୍ଦ୍ରାପଡ଼ା, ସମ୍ବଲପୁରରୁ ୨୦-୨୦ ଜଣ, ମୟୂରଭଂଜ, କେନ୍ଦୁଝର ଜିଲ୍ଲାରୁ ୧୭ ଜଣ ଲେଖାଏଁ, ରାୟଗଡ଼ାରୁ ୧୪ ଜଣ, ନବରଂଗପୁରରୁ ୧୩ ଜଣ, ବଲାଙ୍ଗୀର, ବୌଦ୍ଧରୁ ୭ ଜଣ ଲେଖାଏଁ, ଜଗତସିଂହପୁରରୁ ୬ ଜଣ, ନୂଆପଡ଼ାରୁ ୨ ଜଣ ଓ ସୁବର୍ଣ୍ଣପୁରରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଗତକାଲି ରାତି ୧୨ଟା ସୁଦ୍ଧା ମୋଟ ୧୦ ଲକ୍ଷ ୯ ହଜାର ୪୫୪ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା ହୋଇଛି। ଏଥିରୁ ଏଯାଏଁ ୬୪ ହଜାର ୫୩୩ଟି ନମୁନା ରିପୋର୍ଟ ପଜିଟିଭ ଆସିଛି । ତେବେ ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏଯାଏଁ ମୋଟ ୪୫ ହଜାର ୩୧୪ ଜଣ ସୁସ୍ଥ ହୋଇ ସାରିଲେଣି ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe