କନକ ବ୍ୟୁରୋ: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୪୬ ଜଣ କରୋନା ଆକ୍ରାନ୍ତ । ତେବେ କଟକରେ ସର୍ବାଧିକ ୨୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଧା ଜିଲ୍ଲାରେ ୨୩ ଜଣ ସଂକ୍ରମିତ କରୋନା ମହାମାରୀକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି । ସେହିଭଳି ଗଂଜାମରୁ ୧୮, ମୟୁରଭଂଜରୁ ୧୩, ଗଜପତିରୁ ୧୨, ଭଦ୍ରକରୁ ୧୧, ବଲାଙ୍ଗିରରୁ ୧୧ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

Advertisment

ତେବେ କନ୍ଧମାଳ, କୋରାପୁଟ ଏବଂ ରାୟଗଡାରୁ ୫ ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କଳାହାଣ୍ଡିରୁ ୫ ଏବେ ଯାଜପୁର ଏବଂ ନୟାଗଡରୁ ୩ ଜଣ ଲେଖାଏଁ ଢେଙ୍କାନାଳ, ନୂଆପଡା ଏବଂ ପୁରୀରୁ ୨ ଜଣ ଲେଖାଏ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସେହିଭଳି ଜଗତସିଂହପୁରୁ ଜଣେ କରୋନା ରୋଗୀ ସୁସ୍ଥ ହୋଇଥିବା ନେଇ ଟୁଇଟ କରି ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ତେବେ ନୂଆ ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ମୋଟ୍ ସୁସ୍ଥ ସଂଖ୍ୟା ୨ ହଜାର ୮୫୪କୁ ବୃଦ୍ଧି ପାଇଛି ।