ଭୁବନେଶ୍ୱରରେ ବଢୁଛି ସଂକ୍ରମଣ । ଆଜି ପୁଣି ୧୪ ଆକ୍ରାନ୍ତ ଚିହ୍ନଟ । ବର୍ଷକର କୁନି ଝିଅ ଦେହରେ କରୋନା ପଜିଟିଭ

2,930

କନକ ବ୍ୟୁରୋ: ଭୁବନେଶ୍ୱରରେ ଭୟଙ୍କର ବ୍ୟାପୁଛି ଭୂତାଣୁ । ଆଜି ପୁଣି ୧୪ ଆକ୍ରାନ୍ତ ଚିହ୍ନଟ । ରାଜଧାନୀ ଭୁବନେଶ୍ୱରରେ ଆଉ ୧୪ ପଜିଟିଭ । ସଂକ୍ରମିତଙ୍କ ମଧ୍ୟରୁ ୧୦ ଜଣ ଲୋକାଲ କେସ୍ ହୋଇଥିବା ବେଳେ ୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି ।

ତେବେ କାନନ ବିହାରର ଜଣେ ୭୫ ବର୍ଷୀୟ ମହିଳା ଆକ୍ରାନ୍ତ ହୋଇଥିବା ବେଳେ ବଡ କଥା ହେଉଛି ୟୁନିଟ-୬ ଅଞ୍ଚଳର ଜଣେ ୧ ବର୍ଷର ଶିଶୁ କନ୍ୟାକୁ କରୋନା ହୋଇଛି । ତେବେ ଆଜି ୧୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେପଟେ ଆଜି ଯାଏଁ ଭୁବନେଶ୍ୱରରେ ମୋଟ ୭୧୮ କେସ୍ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସକ୍ରିୟ ଅଛନ୍ତି ୩୫୩ ଜଣ । ସୁସ୍ତ ହୋଇ ଘରକୁ ଫେରିଛନ୍ତି ୩୫୬ ଜଣ ଏବଂ ମୋଟ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବିଏମସି ଟ୍ୱିଟ୍ କରି ସୂଚନା ଦେଇଛି ।