ଓଡ଼ିଶା ପାଇଁ ଭଲ ଖବର । ଏକାଥରେ ସୁସ୍ଥ ହେଲେ ୧୪ ଆକ୍ରାନ୍ତ, ଦ୍ୱିତୀୟ ଆକ୍ରାନ୍ତ ସୁସ୍ଥ ହେବା ପରେ କେନ୍ଦ୍ରାପଡ଼ା କରୋନା ମୁକ୍ତ ।

2,270

କନକ ବ୍ୟୁରୋ: ଓଡ଼ିଶା ପାଇଁ ଭଲ ଖବର ଏକାଥରେ ସୁସ୍ଥ ହେଲେ ୧୪ କରୋନା ଆକ୍ରାନ୍ତ । ଭଦ୍ରକରୁ ୭, ଭୁବନେଶ୍ୱରରୁ ୩, ବାଲେଶ୍ୱରରୁ ୩ ଏବଂ କେନ୍ଦ୍ରାପଡ଼ାରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ୍ ୫୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରାଜ୍ୟ ସରକାର । ସବୁଠାରୁ ବଡ଼ କଥା ହେଲା କି, କେନ୍ଦ୍ରାପଡ଼ାରୁ ଜଣେ ଆକ୍ରାନ୍ତ ସୁସ୍ଥ ହେବାପରେ ଏବେ କେନ୍ଦ୍ରାପଡ଼ା କରୋନା ମୁକ୍ତ ହୋଇଥିବା ସ୍ପଷ୍ଟ କରିଛନ୍ତି ସରକାର ।

ବର୍ତ୍ତମାନ ଏକାଥରେ ୧୪ ସୁସ୍ଥ ହେବାପରେ ଭୁବନେଶ୍ୱରରେ ମୋଟ୍ ପଜିଟିଭ୍ ୪୭ ରହିଥିବାବେଳେ ସୁସ୍ଥଙ୍କ ସଂଖ୍ୟା ୩୦ ଏବଂ ସକ୍ରିୟ ସଂଖ୍ୟା ୧୬ ରହିଛି । ସେହିପରି ଭଦ୍ରକରେ ମୋଟ୍ ୧୯ ପଜିଟିଭ୍ ସଂଖ୍ୟା ଥିବାବେଳେ ୯ ସୁସ୍ଥ ଏବଂ ୧୦ ସକ୍ରିୟ ଅଛନ୍ତି । ଅନ୍ୟପଟେ ବାଲେଶ୍ୱରରେ ୨୦ ପଜିଟିଭ୍ ଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୩ ଏବଂ ସଂକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ରହିଛି । ପୂର୍ବରୁ ପୁରୀ, କଟକ, ଢ଼େଙ୍କାନାଳ, କଳାହାଣ୍ଡି ଜିଲ୍ଲା କରୋନା ମୁକ୍ତ ହୋଇଥିଲା ।