ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୧୩୭ ସୁସ୍ଥ, ମୋଟ୍ ସୁସ୍ଥଙ୍କ ସଂଖ୍ୟା ୪ ହଜାର ୭୪୩କୁ ବୃଦ୍ଧି ।

865

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ୯୭ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; ଗଂଜାମ ଜିଲ୍ଲାରୁ ଆଜି ସର୍ବାଧିକ ୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୨୯ ଜଣ, କଟକ ଜିଲ୍ଲାରୁ ୨୨ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୩ ଜଣ, ଯାଜପୁର ଜିଲ୍ଲାରୁ ୯ ଜଣ, କଳାହାଣ୍ଡି ଜିଲ୍ଲାରୁ ୬ ଜଣ, ଭଦ୍ରକ ଜିଲ୍ଲାରୁ ୪ ଜଣ, ମୟୂରଭଂଜ, ନୟାଗଡ଼ ଓ ପୁରୀ ଜିଲ୍ଲାରୁ ୩ ଜଣ ଲେଖାଏଁ, ବୌଦ୍ଧ, ବରଗଡ଼, ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ, ଅନୁଗୁଳ, ବଲାଙ୍ଗୀର, ଝାରସୁଗୁଡ଼ା ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି।

ଆଜି ପର୍ଯ୍ୟନ୍ତ ମୋଟ ୬୬୧୪ ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ଅପରପକ୍ଷେ ୪ ହଜାର ୭୪୩ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।