ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ସୁସ୍ଥ ହେଲେ ୧୩୫ ଆକ୍ରାନ୍ତ, ମୋଟ୍ ସୁସ୍ଥଙ୍କ ସଂଖ୍ୟା ୪ ହଜାର ୧୨୩କୁ ବୃଦ୍ଧି ।
କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ସୁସ୍ଥ ହେଲେ ୧୨୫ ଆକ୍ରାନ୍ତ । ତେବେ ନୂଆ ସୁସ୍ଥଙ୍କ ମଧ୍ୟରେ… ସର୍ବାଧିକ ଗଞ୍ଜାମରୁ ୪୯, ଖୋର୍ଦ୍ଧାରୁ ୧୯, କଳାହାଣ୍ଡିରୁ ୧୬, ଜଗତସିଂହପୁରରୁ ୧୪, ବାଲେଶ୍ୱରରୁ ୭, କଟକରୁ ୬ ଜଣ ଆକ୍ରାନ୍ତ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସେହିଭଳି ଅନୁଗୁଳ, ଯାଜପୁର ଏବଂ ପୁରୀ ଜିଲ୍ଲାରୁ ୪ ଜଣ ଲେଖାଏଁ ସୁସ୍ଥ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡ଼ରୁ ସୁସ୍ଥ ହୋଇଛନ୍ତି ୩ ଜଣ । ସେପଟେ କେନ୍ଦୁଝର ଓ ଓ କେନ୍ଦ୍ରାପଡ଼ାରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ତେବେ ବରଗଡ଼, ଭଦ୍ରକ, ଝାରସୁଗୁଡ଼ା, ମୟୁରଭଞ୍ଜ ଏବଂ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସବୁଠାରୁ ବଡ଼କଥା ହେଲା କି, ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୪ ହଜାର ୧୨୩ରେ ପହଁଚିଛି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।