ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ସୁସ୍ଥ ହେଲେ ୧୩୧ ଆକ୍ରାନ୍ତ, ମୋଟ୍ ସୁସ୍ଥଙ୍କ ସଂଖ୍ୟା ୪ ହଜାର ୪୪୨କୁ ବୃଦ୍ଧି ।

2,724

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ସୁସ୍ଥ ହେଲେ ୧୩୧ ଆକ୍ରାନ୍ତ । ତେବେ ନୂଆ ସୁସ୍ଥଙ୍କ ମଧ୍ୟରେ… ଗଞ୍ଜାମରୁ ୪୩, ପୁରୀରୁ ୨୮, ଖୋର୍ଦ୍ଧାରୁ ୨୧, କନ୍ଧମାଳରୁ ୧୨, ଜଗତସିଂହପୁରରୁ ୭, ନବରଙ୍ଗପୁରରୁ ୬, କେନ୍ଦ୍ରାପଡ଼ାରୁ ୫ ଏବଂ ବାଲେଶ୍ୱର ଓ କଟକ ଜିଲ୍ଲାରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଅନ୍ୟପଟେ ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର ଏବଂ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ସୁସ୍ଥ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ସରକାର । ତେବେ ଆଜିର ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୪ ହଜାର ୪୨୨କୁ ପହଁଚିଛି । ଆଉ ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।