କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ସୁସ୍ଥ ହେଲେ ୧୨୫ ଆକ୍ରାନ୍ତ । ତେବେ ନୂଆ ସୁସ୍ଥଙ୍କ ମଧ୍ୟରେ... ଖୋର୍ଦ୍ଧାରୁ ୩୩, ପୁରୀରୁ ୧୭, କଟକରୁ ୧୪, ମୟୂରଭଞ୍ଜରୁ ୧୩, ଗଞ୍ଜାମରୁ ୧୦, କେନ୍ଦୁଝରରୁ ୯, ଯାଜପୁରରୁ ୮, ନୂଆପଡ଼ାରୁ ୬, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁରରୁ ୪ ଜଣ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡ଼ରୁ ସୁସ୍ଥ ହୋଇଛନ୍ତି ୩ ଜଣ ଆକ୍ରାନ୍ତ ।
Another 125 #COVID19 patients have recovered and are being discharged on 23.6.2020.
33 from Khurdha
17 from Puri
14 from Cuttack
13 from Mayurbhanj
10 from Ganjam
9 from Keonjhar
8 from Jajpur
6 from Nuapada
4 each from Kendrapara & Jagatsinghpur
3 from Sundargarh
(1/2)— H & FW Dept Odisha (@HFWOdisha) June 23, 2020
ସେହିପରି ବଲାଙ୍ଗୀରରୁ ୨ ଜଣ ସୁସ୍ଥ ହୋଇଥିବାବେଳେ କନ୍ଧମାଳ ଏବଂ ମାଲକାନଗିରିରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୩ ହଜାର ୯୮୮ରେ ପହଁଚିଛି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।