କନକ ବ୍ୟୁରୋ : ଓଡ଼ିଶାରେ ଦୈନିକ ସଂକ୍ରମଣ ସଂଖ୍ୟା ନିୟମିତ ଭାବେ କମିବାରେ ଲାଗିଛି । ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୧୨୨୦ ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଗୁଡ଼ିକ ମଧ୍ୟରୁ ୫୧୭ ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୭୦୩ ଟି ମାମଲା କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି । ଚିହ୍ନଟ ହୋଇଥିବା ୧୨୨୦ଟି ମାମଲା ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୩୪ ଟି, ସୁନ୍ଦରଗଡ଼ରୁ ୧୧୯ଟି ଓ କଟକ ଜିଲ୍ଲାରୁ ୯୬ ଟି ମାମଲା ରହିଛି । ସେହିପରି ପୁରୀରୁ ୬୦ଟି, ଜଗତସିଂହପୁରରୁ ୫୯, ବରଗଡ଼ରୁ ୬୦, ବାଲେଶ୍ୱରରୁ ୨୧, ଅନୁଗୁଳରୁ ୫୮ଟି, ମୟୁରଭଞ୍ଜରୁ ୪୬, ଝାରସୁଗୁଡ଼ାରୁ ୩୨, ନୂଆପଡ଼ାରୁ ୬୬, ସମ୍ବଲପୁରରୁ ୪୦, ବଲାଙ୍ଗୀରରୁ ୩୩ଟି ମାମଲା ଚିହ୍ନଟ ହୋଇଛି ।
ଅନ୍ୟପକ୍ଷରେ କେନ୍ଦୁଝରରୁ ୪୮ ଟି, ନବରଂଗପୁରରୁ ୧୪ଟି, କୋରାପୁଟରୁ ୨୧ଟି, ରାୟଗଡ଼ାରୁ ୫ଟି, ସୋନପୁରରୁ ୧୩ଟି, ଭଦ୍ରକରୁ ୨୮ଟି, ନୟାଗଡ଼ରୁ ୨୦ଟି, ଢେଙ୍କାନାଳରୁ ୨୬ଟି ଏବଂ ରାଜ୍ୟ ପୁଲରୁ ୨୧ଟି ମାମଲା ଚିହ୍ନଟ ହୋଇଛି । ଆଉ ୧୫ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ ସମୁଦାୟ ମୃତ୍ୟୁସଂଖ୍ୟା ୧୪୬୯ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ବାଲେଶ୍ୱରରୁ ସର୍ବାଧିକ ୪ଜଣ ରହିଛନ୍ତି । ଏହା ସହ କଟକରୁ ୩ଜଣ ମୃତ୍ୟୁବରଣ କରିଥିବା ବେଳେ ଜଗତସିଂହପୁରରୁ ୨ଜଣ, ଭୁବନେଶ୍ୱର ଏବଂ ଅନୁଗୁଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ତେବେ ମୃତ୍ୟୁବରଣ କରିଥିବା ଅନ୍ୟ ୪ଜଣଙ୍କ ସୂଚନା ଦେଇନାହିଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ।
୧୨୨୦ ଟି ନୂଆ ମାମଲା ସହ ଓଡ଼ିଶାର ମୋଟ କରୋନା ସଂକ୍ରମଣ ମାମଲା ସଂଖ୍ୟା ୩ ଲକ୍ଷ ୫ ହଜାରରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୧୨୩୪୧ ଥିବାବେଳେ ୨୯୧୧୩୭ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪୪୮ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୫୦୭୭୧୧୯ ଟି କରୋନା ପରୀକ୍ଷା କରାଯାଇଛି ।