ଓଡ଼ିଶା ପାଇଁ ଖୁସି ଖବର । କରୋନାରୁ ଏକାଥରେ ୧୨୦ ସୁସ୍ଥ, ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୨ ହଜାର ୫୯୪କୁ ବୃଦ୍ଧି । 

905

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର ।  ରାଜ୍ୟରେ ଏକାଥରେ ସୁସ୍ଥ ହେଲେ ୧୨୦ ଆକ୍ରାନ୍ତ । ନୂଆ ସୁସ୍ଥଙ୍କ ମଧ୍ୟରେ ରହିଛନ୍ତି ଗଞ୍ଜାମରୁ ୩୩, ଗଜପତିରୁ ୧୮, ସୋନପୁରରୁ ୧୩, ବାଲେଶ୍ୱରରୁ ୧୨, ବଲାଙ୍ଗୀର ଓ ଖୋର୍ଦ୍ଧାରୁ  ୮ ଲେଖାଏଁ ସୁସ୍ଥ ହୋଇଥିବାବେଳେ ମୟୂରଭଞ୍ଜରୁ ୭ ଏବଂ କଟକରୁ ୪ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।

ଅନ୍ୟପଟେ ଯାଜପୁର, ନୟାଗଡ଼ ଏବଂ ନୂଆପଡ଼ାରୁ ୩ ଜଣ ସୁସ୍ଥ ହୋଇଥିବାବେଳେ  ଢ଼େଙ୍କାନାଳ ପୁରୀ ଏବଂ ରାୟଗଡା ଠାରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଥିବାବେଳେ କେନ୍ଦ୍ରାପଡା ଏବଂ କାଲାହାଣ୍ଡିରୁ ଜଣେ ଲେଖାଏଁ କରୋନାରୁ ସୁସ୍ଥ ହୋଇଛନ୍ତି । ତେବେ ନୂଆ ୧୨୦ ସୁସ୍ଥଙ୍କୁ ମିଶାଇ ରାଜ୍ୟର ମୋଟ୍ ସୁସ୍ଥଙ୍କ ସଂଖ୍ୟା ୨ ହଜାର ୫୯୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି ।