ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୧୨୦ ସୁସ୍ଥ, ମୋଟ୍ ସୁସ୍ଥଙ୍କ ସଂଖ୍ୟା ୨ ହଜାର ୪୭୪କୁ ବୃଦ୍ଧି ।

1,083

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ୧୨୦ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; ଗଂଜାମରୁ ୩୦ ଜଣ, ଖୋର୍ଦ୍ଧାରୁ ୧୯ ଜଣ, ବାଲେଶ୍ୱରରୁ ୧୪ ଜଣ, ବଲାଙ୍ଗୀରରୁ ୧୨ ଜଣ ଓ ଢେଙ୍କାନାଳରୁ ୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୟାଗଡ ଓ ସୁନ୍ଦରଗଡରୁ ୭ ଜଣ ଲେଖାଁଏ,ଅନୁଗୁଳରୁ ୬ ଜଣ, କେନ୍ଦୁଝରରୁ ୫ ଜଣ ଓ ଜଗତସିଂହପୁର,ପୁରୀରୁ ୪ ଜଣ ଲେଖାଁଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଅନ୍ୟପଯେ ଦେବଗଡ,କେନ୍ଦ୍ରାପଡା ଓ ଝାରସୁଗୁଡାରୁ ଜଣେ ଲେଖାଁଏ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏଯାଏଁ ମୋଟ ୨୪ ଶହ ୭୪ ଜଣ ସୁସ୍ଥ ହୋଇ ସାରିଲେଣି ।