କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ ଏକାଥରେ ସୁସ୍ଥ ହେଲେ ୧୨୦ ଆକ୍ରାନ୍ତ । ନୂଆ ସୁସ୍ଥଙ୍କ ମଧ୍ୟରେ ରହିଛନ୍ତି ଗଞ୍ଜାମରୁ ୩୩, ଗଜପତିରୁ ୧୮, ସୋନପୁରରୁ ୧୩, ବାଲେଶ୍ୱରରୁ ୧୨, ବଲାଙ୍ଗୀର ଓ ଖୋର୍ଦ୍ଧାରୁ ୮ ଲେଖାଏଁ ସୁସ୍ଥ ହୋଇଥିବାବେଳେ ମୟୂରଭଞ୍ଜରୁ ୭ ଏବଂ କଟକରୁ ୪ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।
Another 120 #COVID19 patients have recovered and are being discharged on 13.6.2020.
33 from Ganjam
18 from Gajapati
13 from Sonepur
12 from Balesore
8 each from Balangir and Khurdha
7 from Mayurbhanj
4 from Cuttack
3 each from Jajpur, Nayagarh and Nuapada— H & FW Dept Odisha (@HFWOdisha) June 13, 2020
ଅନ୍ୟପଟେ ଯାଜପୁର, ନୟାଗଡ଼ ଏବଂ ନୂଆପଡ଼ାରୁ ୩ ଜଣ ସୁସ୍ଥ ହୋଇଥିବାବେଳେ ଢ଼େଙ୍କାନାଳ ପୁରୀ ଏବଂ ରାୟଗଡା ଠାରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଥିବାବେଳେ କେନ୍ଦ୍ରାପଡା ଏବଂ କାଲାହାଣ୍ଡିରୁ ଜଣେ ଲେଖାଏଁ କରୋନାରୁ ସୁସ୍ଥ ହୋଇଛନ୍ତି । ତେବେ ନୂଆ ୧୨୦ ସୁସ୍ଥଙ୍କୁ ମିଶାଇ ରାଜ୍ୟର ମୋଟ୍ ସୁସ୍ଥଙ୍କ ସଂଖ୍ୟା ୨ ହଜାର ୫୯୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/43-1.jpg)