ରାଜ୍ୟରେ ଗୋଟିଏ ଦିନରେ ରେକର୍ଡସଂଖ୍ୟକ ପଜିଟିଭ୍ ଚିହ୍ନଟ । ୨୪ ଘଂଟାରେ ୧୭୩ ଆକ୍ରାନ୍ତ, ସୁସ୍ଥ ହେଲେ ଆଉ ୧୧୨, ସେପଟେ ଆକ୍ରାନ୍ତଙ୍କ ସଂଖ୍ୟାରେ ଇଟାଲୀକୁ ଟପି ଷଷ୍ଠ ସ୍ଥାନରେ ପହଁଚିଲା ଭାରତ ।

1,126

କନକ ବ୍ୟୁରୋ: ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ରାଜ୍ୟରେ ସର୍ବାଧିକ ୧୭୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଗଂଜାମ ଜିଲ୍ଲାରୁ ୬୪, ଯାଜପୁରରୁ ୧୯, କଟକ ଓ ମୟୂରଭଂଜରୁ ୧୩ ଜଣ ଲେଖାଏଁ, ବଲାଙ୍ଗିର ଓ ବାଲେଶ୍ୱରରୁ ୧୧ ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ସେହିପରି ଗଜପତିରୁ ୧୦, ଖୋର୍ଧାରୁ ୯ , ନୟାଗଡ ୭, ଭଦ୍ରକ ୪, ନୂଆପଡା ୮, ପୁରୀ ୧, କଳାହାଣ୍ଡି ୨, ଝାରସୁଗୁଡାରୁ ଜଣେ ଆକ୍ରାନ୍ତ ରହିଛନ୍ତି । ଏହି ୧୭୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ ଜଣ କ୍ୱାରେଂଟିନ ସେଂଟରରୁ , ୨୩ ଜଣ ସ୍ଥାନୀୟ ଅଂଚଳର । ଆଜିର ଆକ୍ରାନ୍ତଙ୍କୁ ନେଇ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨୭ ଶହ ୮୧କୁ ବୃଦ୍ଧି ହୋଇଛି ।

ଆକ୍ରାନ୍ତଙ୍କ ତାଲିକା ବଢୁଥିବା ବେଳେ ସୁସ୍ଥ ବ୍ୟକ୍ତିଙ୍କ ତାଲିକା ବି ଲମ୍ବୁଛି । ଆଜି ୧୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କେନ୍ଦ୍ରାପଡାରୁ ୩୩ , ବଲାଙ୍ଗୀରରୁ ୧୬, ଯାଜପୁରରୁ ୧୧, ସୁନ୍ଦରଗଡରୁ ୧୦, ଜଗତସିଂହପୁରରୁ ୮, ଗଂଜାମରୁ ୭, ଖୋର୍ଦ୍ଧାରୁ ୭, କଟକରୁ ୪, ସୋନପୁରରୁ ୪ ଜଣ ଓ ବାଲେଶ୍ୱର, ପୁରୀ ଏବଂ ସମ୍ବଲପୁରରୁ ୩ ଜଣ ଲେଖାଁଏ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ନୟାଗଡରୁ ୨ଜଣ, ମୟୁରଭଂଜରୁ ଜଣେ ସୁସ୍ଥ ହୋଇଥିବା ଖବର ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦେଇଛି ।

ସେପଟେ ସାରା ଦେଶରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବଢି ବଢି ଚାଲିଛି । ଏବେ ସୁଦ୍ଧା ଦେଶରେ ୨ ଲକ୍ଷ ୩୬ ହଜାର ୬୫୭ ଜଣ ବ୍ୟକ୍ତିଙ୍କୁ ଏହି ମହାମାରୀ ସଂକ୍ରମଣ କରି ସାରିଛି । ୧ଲକ୍ଷ ୧୪ ହଜାର ୭୩ ଜଣ ଭୂତାଣୁକୁ ମାତ ଦେଇ ସୁସ୍ଥ ହୋଇଛନ୍ତି । କରୋନା ଦେଶରେ ୬ହଜାର ୬୪୨ ଜଣଙ୍କ ଜୀବନ ନେଇଥିବା ବେଳେ ଏବେ ବିଭିନ୍ନ କୋଭିଡ ହସ୍ପିଟାଲରେ ୧ ଲକ୍ଷ ୧୫ ହଜାର ୯୪୨ ଜଣ ଚିକିତ୍ସିତ ହେଉଛନ୍ତି । ଏହି ପରିସଂଖ୍ୟନ ସହ ବିଶ୍ୱ କରୋନା ତାଲିକାରେ ଭାରତ ଷଷ୍ଠ ସ୍ଥାନରେ ପହଂଚିଛି ।