ରାଜ୍ୟରେ ଆଉ ୧୦ ନୂଆ ଆକ୍ରାନ୍ତ ଚିହ୍ନଟ । ସକାଳୁ ଏପର୍ଯ୍ୟନ୍ତ ଚିହ୍ନଟ ହେଲେଣି ୬୮ କରୋନା ପଜିଟିଭ, ରାଜ୍ୟରେ ୩୬୨ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

3,167

କନକ ବ୍ୟୁରୋ: ରାଜ୍ୟରେ ପୁଣି ଆଉ ୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ନୂତନ ୧୦ ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକରୁ ୬ଜଣ ହୋଇଥିବା ବେଳେ ଯାଜପୁରରୁ ୪ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି | ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬୨ରେ ପହଂଚିଛି | ସେହିଭଳି ଭାବରେ ଯାଜପୁରରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯ ରହିଛି | ସେମାନଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇଥିବା ବେଳେ ୫୭ଟି ସକ୍ରିୟ ମାମଲା ରହିଛି  |

ଭଦ୍ରକରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ୩୧ଜଣ କରୋନା ଆକ୍ରାନ୍ତ ରହିଛନ୍ତି | ସେମାନଙ୍କ ମଧ୍ୟରୁ ୧୨ଜଣ ସୁସ୍ଥ ହୋଇଥିବା ବେଳେ ୧୯ଟି ସକ୍ରିୟ ମାମଲା ରହିଛି | ସୂଚନା ମୁତାବକ, ଆଜି ସକାଳେ ୫୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ | ୨୯ଜଣ ଗଞ୍ଜାମରୁ ଚିହ୍ନଟ ହୋଇଥିବା ବେଳେ ୧୫ଜଣ ବାଲେଶ୍ୱର, ୧୩ଜଣ ଅନୁଗୁଳ ଏବଂ ଜଣେ ମୟୁରଭଞ୍ଜରୁ ଚିହ୍ନଟ ହୋଇଥିଲେ | ନୂତନ କରୋନା ଆକ୍ରାନ୍ତଙ୍କୁ ମିଶାଇ ଆଜି ରାଜ୍ୟରେ ୬୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୨୦ଟି ଜିଲ୍ଲାରୁ ମୋଟ ୩୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।