ଓଡିଶା ଆସିଲା ଆଉ ୧ ଲକ୍ଷ କୋଭିସିଲ୍ଡ ଟିକା । କୋଭିସିଲ୍ଡ ଟିକା ଆସି ଭୁବନେଶ୍ୱରରେ ପହଞ୍ଚିଲା ।

Advertisment
ଓଡିଶା ଆସୁଛି ୯୦ ହଜାର କୋଭିସିଲ୍ଡ ଟିକା । ଅପରାହ୍ନରେ ପହଂଚିବା ନେଇ ସୂଚନା । ୪୫ ବର୍ଷରୁ ଉଦ୍ଧ୍ୱର୍ଙ୍କୁ ଦିଆଯିବ ଟିକା

କନକ ବ୍ୟୁରୋ: ଓଡିଶାକୁ ଆସିଲା ଆଉ ୧ ଲକ୍ଷ କୋଭିସିଲ୍ଡ ଟିକା । ଓଡିଶାକୁ କୋଭିସିଲ୍ଡ ଟିକା ପଠାଇଲା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ । ଆଜି ଟିକା ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି । ୧୮ରୁ ୪୪ ବର୍ଷ ଲୋକଙ୍କ ପାଇଁ ଏହି ଟିକା ଭୁବନେଶ୍ୱରକୁ ପଠାଯାଇଛି । ତେବେ ଏହା ପୂର୍ବରୁ ମଧ୍ୟ ଭୁବନେଶ୍ୱରକୁ ଟିକା ପଠାଇଛି ସେରମ ଇନଷ୍ଟିଚ୍ୟୁଟ ।

ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଟିକା କରଣକୁ ଜୋରଦାର କରିଛନ୍ତି ରାଜ୍ୟ ସରକାର । ତେବେ କିଭଳି କରୋନାକୁ ରୋକି ହେବ ସେନେଇ ବିଭିନ୍ନ ପଦକ୍ଷେପ ମଧ୍ୟ ନିଆଯାଉଛି । କେବଳ ରାଜ୍ୟରେ ନୁହେଁ ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ଟିକାକରଣକୁ ଜୋରଦାର କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe