କନକ ବ୍ୟୁରୋ : ପ୍ରିନ୍ସ କଲେଜର ଦୁଇ ଦିନିଆ ବାର୍ଷିକ କ୍ରୀଡା ଉତ୍ସବ ସୋମବାର ଉଦ୍ଘାଟିତ ହୋଇ ମଙ୍ଗଳବାର ଉଦଯାପିତ ହୋଇଛି। କଲେଜର ଖେଳପଡ଼ିଆରେ ଆୟୋଜିତ ହୋଇଥିବା ଏହି ଦୁଇଦିନିଆ ବାର୍ଷିକ କ୍ରୀଡା ଉତ୍ସବରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ କଲେଜର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଅଧ୍ୟକ୍ଷା ସ୍ଵାଧୀନତା କର, ଏବଂ ଅଧ୍ୟକ୍ଷ ଅନନ୍ତନାରାୟଣ ପତିଙ୍କ ପୌରହିତ୍ୟରେ ଉଦଘାଟନ ଉତ୍ସବରେ ଫୁଟବଲ୍, କ୍ରିକେଟ୍, ବ୍ୟାଡମିଣ୍ଟନ୍ ଏବଂ ବିଭିନ୍ନ ପ୍ରକାର ଆଥଲେଟିକ କ୍ରୀଡ଼ା ପ୍ରତିଯୋଗିତା କଲେଜ କର୍ତ୍ତୃପକ୍ଷଙ୍କ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥିଲା।
ବାର୍ଷିକ କ୍ରୀଡ଼ାର ଉଦଯାପନୀ ଦିବସରେ ପ୍ରିନ୍ସ୍ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନସର ଚେୟାରପର୍ସନର ଜ୍ୟୋତି ପୁଷ୍ପା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ କ୍ରୀଡା ଲବ୍ଧ ଅନୁଶାସନ, ଶୃଙ୍ଖଳା ଓ ପ୍ରତିଯୋଗୀ ମନୋଭାବକୁ ନିଜ ଛାତ୍ର ଜୀନବରେ ଉପଯୋଗ କରିବାକୁ ଉପଦେଶ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ବରିଷ୍ଠ ଅଧ୍ୟାପକ ପରମେଶ୍ୱର ଦେ ଯୋଗଦେଇ ମାନସିକ ଏବଂ ଶାରୀରିକ ବିକାଶରେ କ୍ରୀଡ଼ାର ଉପଯୋଗିତା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ଏହି ଦୁଇଦିନିଆ କ୍ରୀଡା଼ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗିଙ୍କୁ ଅତିଥି ଏବଂ ଅଧ୍ୟାପକ ଅଧ୍ୟାପିକାମାନେ ପୁରସ୍କୃତ କରିଥିଲେ ।ପୁରସ୍କାର ବିତରଣୀ ଉତ୍ସବକୁ ଅଧ୍ୟାପିକା ସ୍ୱପ୍ନା ପଣ୍ଡା, ଜନିରା ସୁଲତାନା, ପ୍ରଶାନ୍ତ ଦତ୍ତ, ଦିନେଶ କୁମାର ବେହେରା ଏବଂ ଅନ୍ୟାନ୍ୟ ସଦସ୍ୟମାନେ ସୂଚାରୁ ରୂପରେ ପରିଚାଳିତ କରିଥିଲେ। ବରିଷ୍ଠ ଅଧ୍ୟାପକ ଦେବଦତ୍ତ ଜର୍ଜ ଅବଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କ୍ରୀଡ଼ା ମହୋତ୍ସବ ସୁଚାରୁ ରୂପରେ ସଂଯୋଜନା କରିବା ନିମନ୍ତେ ପ୍ରିନ୍ସ୍ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନସର ନିର୍ଦ୍ଦେଶକ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ ଦିଗଦର୍ଶନ ଦେବାସହିତ ପ୍ରତ୍ୟକ୍ଷ ରୂପରେ ତତ୍ତ୍ଵାବଧାନ କରିଥିଲେ। ଏଥିରେ ବିଶେଷ ଭାବରେ କଲେଜର ବରିଷ୍ଠ ସଦସ୍ୟ ମୃତ୍ୟୁଞ୍ଜୟ ଦାସ, ଦିଲୀପ କୁମାର ମହାନ୍ତି, ଅଧ୍ୟାପିକା ଏମନ୍ନାଜ୍, ସୁଲଗ୍ନା ପଣ୍ଡା, ଶୁଭଲକ୍ଷ୍ମୀ ମହାପାତ୍ର, ଲତିକା ବେହେରା, କୀର୍ତ୍ତି ଦୀପ୍ତି ଦତ୍ତ, ପ୍ରମୁଖ ସହଯୋଗ କରିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/c784cc2a-94a6-4120-ac1c-72a81599762a.jpg)