କନକ ବ୍ୟୁରୋ : ସମ୍ବାଦ ସହିତ ପ୍ରତି ସୋମବାର ପ୍ରକାଶ ପାଉଥିବା ‘ଜୁଗାର’ ପତ୍ରିକାର ବାର୍ଷିକ ବିଶେଷ ସଂଖ୍ୟା, ୨୦୨୦ର ଉନ୍ମୋଚନ ଉତ୍ସବ ଝାରୁସୁଗୁଡାରେ ଆୟୋଜିତ ହୋଇଯାଇଛି । କୋଭିଡ କଟକଣା ମଧ୍ୟରେ ଝାରୁସୁଗୁଡାର ସଂସ୍କୃତି ଭବନ ପରିସରରେ ଏହି ଉତ୍ସବ ହୋଇଛି । କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ନବ କିଶୋର ଦାସ ଉଦଘାଟନ କରିଛନ୍ତି । ଏଥିରେ ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ସଭାପତିତ୍ୱ କରିଥିଲେ ।
ସେ କହିଥିଲେ, ଆଗକୁ ବି ଏଭଳି ଜାରି ରହୁ 'ଜୁଗାର'ର ସଫଳ ଯାତ୍ରା । ଉତ୍ସବରେ ବିଶେଷ ଅତିଥି ଭାବରେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗଚୀ, ମୁଖ୍ୟ ଅତିଥିଭାବେ ସାଂସଦ ସୁରେଶ ପୂଜାରୀ ଯୋଗଦେଇଥିଲେ । ଅପରାହ୍ନରେ ପ୍ରତୀକାତ୍ମକ ଜୁଗାରକୁ ମା-ଦକ୍ଷିଣ କାଳୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ଏକ ଶୋଭାଯାତ୍ରାରେ ସଭାସ୍ଥଳକୁ ଅଣାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/vlcsnap-2021-02-01-08h00m57s238.png)