ଚିଲିକାରେ ପକ୍ଷୀ ଗଣନା । ନିୟୋଜିତ ହୋଇଛନ୍ତି ପ୍ରାୟ ୧୫୦ କର୍ମଚାରୀ । ଭୋର ୫ରୁ ମଧ୍ୟାହ୍ନ ୧୨ଟା ଯାଏଁ ଚାଲିବ ଗଣନା କାର୍ଯ୍ୟ

ସନ୍ଧ୍ୟାରେ ଘୋଷଣା ହେବ ସମୀକ୍ଷା ଫଳ

257

କନକ ବ୍ୟୁରୋ: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ୫ଟି ରେଞ୍ଜରେ ସକାଳୁ ୫ଟାରୁ ଚାଲିଛି ଏହି ଗଣନା କାର୍ଯ୍ୟ । ମଧ୍ୟାହ୍ନ ୧୨ଟା ଯାଏଁ ଏହି ପ୍ରକ୍ରିୟା ଚାଲିବ । ଏହି ପକ୍ଷୀ ଗଣନାରେ ୨୧ଟି ଦଳର ପ୍ରାୟ ୧୫୦ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଆଉ ସନ୍ଧ୍ୟାରେ  ବିଭାଗୀୟ କର୍ତ୍ତୃପକ୍ଷ ପକ୍ଷରୁ ପକ୍ଷୀ ଗଣନାର ସମୀକ୍ଷା ଫଳାଫଳ ଆନୁଷ୍ଠାନିକ ଭାବରେ ଘୋଷଣା କରାଯିବ । ଏନେଇ ଗତକାଲି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ସମ୍ମିଳନୀରେ ଏକ ପ୍ରସ୍ତୁତି ବୈଠକ ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗତବର୍ଷ ଗଣନାରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବଢ଼ିଥିଲା । ତେବେ ଦେଖିବାର କଥା ଚଳିତବର୍ଷ ଏହା ବୃଦ୍ଧି ପାଇଛି ନା ହ୍ରାସ ପାଇଛି ।

ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ଚିଲିକାରେ ପକ୍ଷୀଗଣନା ଆଜି ଆରମ୍ଭ ହୋଇଛି। ଏଥିନିମନ୍ତେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଓ ତାଲିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚିଲିକା ଡିଏଫଓ ଆଲୋକ ରଞ୍ଜନ ହୋତା ଓ ବମ୍ବେ ନାଚୁରାଲ୍ ହିଷ୍ଟ୍ରି ଆଣ୍ତ ସୋସାଇଟର ଉପ ନିର୍ଦ୍ଦେଶକ ଏସ୍ ବାଲଚନ୍ଦ୍ରନଙ୍କ ମିଳିତ ନେତୃତ୍ବରେ ପକ୍ଷୀ ଗଣନା ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ଚିଲିକା ପକ୍ଷୀଗଣନା କାର୍ଯ୍ୟରେ ୧୫୦ଜଣ ନିୟୋଜିତ ହୋଇଛନ୍ତି । ବାଲୁଗାଁ, ଟାଙ୍ଗୀ, ଚିଲିକା, ରମ୍ଭା ଓ ସାତପଡ଼ା ରେଞ୍ଜକୁ ନେଇ ଚିଲିକା ଗଠିତ ହୋଇଥିବା ବେଳେ ୨୧ଟି ଦଳକୁ ନେଇ ଚିଲିକାର ସମସ୍ତ ଅଞ୍ଚଳରେ ପକ୍ଷୀଗଣନା କରାଯାଉଛି।