ପିପିଲି ଉପ ନିର୍ବାଚନ: କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା ଘୋଷଣା

1,089

କନକ ବ୍ୟୁରୋ: ପିପିଲି ଉପ ନିର୍ବାଚନ ପାଇଁ କଂଗ୍ରେସ ଘୋଷଣା କଲା ଷ୍ଟାର ପ୍ରଚାରକ ତାଲିକା । କଂଗ୍ରେସ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ମୋଟ ୨୦ ଜଣଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ମିଳିଛି ।

ଦେଖନ୍ତୁ କିଏ ପାଇଲେ କଂଗ୍ରେସ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ?
ଚେଲ୍ଲା କୁମାର, ନିରଞ୍ଜନ ପଟ୍ଟନାୟକ, ଜି. ରୁଦ୍ର ରାଜୁ, ନରସିଂହ ମିଶ୍ର, ଚିରଞ୍ଜିବି ବିଶ୍ୱାଳ, ପ୍ରଦୀପ ମାଝୀ, ବିପିନ ଦାସ, ରାମଚନ୍ଦ୍ର ଖୁଣ୍ଟାଆ, ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ସପ୍ତଗିରି ଉଲାକା, ସୁରେଶ ଚନ୍ଦ୍ର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ମହମ୍ମଦ ମୋକିମ, ଅଧିରାଜ ମୋହନ ପାଣିଗ୍ରାହୀ, ବିଜୟଲକ୍ଷ୍ମୀ ସାହୁ, ଗଣେଶ୍ୱର ବେହେରା, ବନ୍ଦିତା ବେହେରା, ସତ୍ୟପ୍ରକାଶ ନାୟକ ।

ସେହିପରି ପୂର୍ବରୁ ବିଜେପି ନିଜ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିସାରିଥିବା ବେଳେ ଆଜି ବିଜେଡି ଓ କଂଗ୍ରେସ ନିଜ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛନ୍ତି । ପିପିଲି ଉପ ନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ପ୍ରସ୍ତୁତ ହୋଇସାରିଲେଣି ମୈଦାନକୁ ଓହ୍ଲାଇବା ପାଇଁ ।