ଅପରାହ୍ଣ ୨ଟା୩୦ରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ୍ : ୨୬ ଜିଲ୍ଲାରେ ସମ୍ପୂର୍ଣ୍ଣ କୋହଳ ହୋଇପାରେ କଟକଣା; ଖୋର୍ଦ୍ଧା, କଟକ, ପୁରୀ ଓ ବାଲେଶ୍ୱରରେ ଜାରି ରହିପାରେ ରାତି କର୍ଫ୍ୟୁ ଓ ସପ୍ତାହାନ୍ତ ସଟଡାଉନ

255

କନକ ବ୍ୟୁରୋ : କରୋନାର ସଂଘର୍ଷ ଭିତରେ ଅର୍ଥନୀତିର ଅଂଟା ଦୋହଲି ଯାଇଛି । ଜୀବନକୁ ସୁରକ୍ଷା ଦେବାକୁ ଯାଇ, ଜୀବିକା ଉଜିଡ଼ିବାକୁ ବସିଲାଣି । ଜୀବନ-ଜୀବିକାର ଦୋଛକିରେ ଆଗକୁ କ’ଣ ହେବ ? ୧୬ ତାରିଖ ସକାଳେ ସରୁଛି ଆଂଶିକ ତାଲାବନ୍ଦର ଅବଧି । ତେଣୁ ଆଜି ସାଢ଼େ ୨ଟାରେ ଆଗାମୀ ପଦକ୍ଷେପ ନେଇ ଘୋଷଣା କରିବେ ମୁଖ ଶାସନ ସଚିବ । ଆଂଶିକ ତାଲାବନ୍ଦ କାରଣରୁ ଏବେ ଭିଷଣ କଷ୍ଟରେ ଅଛି ଓଡ଼ିଶା ।

ତେଣୁ ୧୬ରେ ଅବଧି ସରିବା ପରେ ଯଦି ଅର୍ଥନୀତିକୁ ଖୋଲିବା ପାଇଁ ନିଷ୍ପତ୍ତି ନହୁଏ, ତେବେ ଭୂତାଣୁଠାରୁ ଅଧିକ ଲୋକ ଭୋକରେ ପ୍ରଭାବିତ ହେବେ । ସୂଚନା ମିଳିଛି ୨୬ଟି ଜିଲ୍ଲାରେ ସଂପୂର୍ଣ୍ଣ କୋହଳ ହୋଇପାରେ କଟକଣା । ତେବେ ସଂକ୍ରମଣ ଅଧିକ ଥିବା ୪ ଜିଲ୍ଲାରେ କଟକଣା ଆଂଶିକ କୋହଳ କରିବାକୁ ଚିନ୍ତା କରୁଛନ୍ତି ସରକାର । ଖୋର୍ଦ୍ଧା, କଟକ, ପୁରୀ ଓ ବାଲେଶ୍ୱରରେ କେତେକ କଟକଣା ବଳବତ୍ତର ରହିପାରେ । ୪ ଜିଲ୍ଲାରେ ରାତି କର୍ଫ୍ୟୁ ବଳବତ୍ତର ରଖିବା ସମ୍ଭାବନା ଅଛି ।

ସେହିପରି ଏହି ୪ ଜିଲ୍ଲାରେ ଜାରି ରହିପାରେ ସପ୍ତାହାନ୍ତ ସଟଡାଉନ୍ । ତେବେ ଦିନ ୨ଟା ପରିବର୍ତେ ସଂଧ୍ୟା ୬ଟା ଯାଏଁ ଦୋକାନ ଖୋଲିବାକୁ ମିଳିପାରେ ଅନୁମତି । ଜିମ, ବ୍ୟୁଟିପାର୍ଲ ଓ ସ୍ପା ଖୋଲିବାକୁ ଅନୁମତି ଦେଇପାରନ୍ତି ସରକାର କିନ୍ତୁ ମଲ ଖୋଲିବା ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ଉପରେ ଛଡା ଯାଇପାରେ ।