କନକ ବ୍ୟୁରୋ: ରାଜ୍ୟରେ ଏସଏଚଜି ମହିଳାଙ୍କ ପାଇଁ ସ୍ୱତନ୍ତ୍ର ପାଣ୍ଠି ଘୋଷଣା କରାଯାଇଛି । ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ରାଜ୍ୟସ୍ତରରେ ଏସଏଚଜି ଫେଡରେସନ ଗଠନ ହେବା ନେଇ ମଧ୍ୟ ଘୋଷଣା କରାଯାଇଛି । ଏନେଇ ମିଶନ ଶକ୍ତି ବିଭାଗ ସଚିବ ସୁଜାତା କାର୍ତ୍ତିକେୟନ ସୂଚନା ଦେଇଛନ୍ତି ।

Advertisment

ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ଢ଼ାଞ୍ଚାରେ ଗଠନ ହେବ ଏହି ଫଣ୍ଡ । କୌଣସି ମହିଳା ରୋଗଗ୍ରସ୍ତ, ଦୁର୍ଘଟଣାର ଶିକାର ହେଲେ, କିମ୍ବା ମୃତ୍ୟୁ ମୁଖରେ ପଡିଲେ, ଏହି ପାଣ୍ଠିରୁ ସେମାନଙ୍କୁ ଆର୍ଥିକ ସହାୟତା ଦିଆଯିବ । ୩-୪ ମାସ ମଧ୍ୟରେ ଏହି ଫଣ୍ଡ କାର୍ଯ୍ୟକାରୀ ହେବ । ଏଥିପାଇଁ ରାଜ୍ୟ ବଜେଟରୁ ଅର୍ଥ ବ୍ୟୟବରାଦ କରାଯିବ । ମିଶନ ଶକ୍ତି ବିଭାଗର ରିପୋର୍ଟ କାର୍ଡ ପ୍ରଦାନ ପରେ ଏହି ସୂଚନା ଦେଇଛନ୍ତି ବିଭାଗୀୟ ସଚିବ ସୁଜାତା ଆର, କାର୍ତିକେୟନ ।

ସେହିଭଳି ଏସଏଚଜି ମହିଳାଙ୍କ ନେତୃତ୍ୱକୁ ଦେବା ପାଇଁ ରାଜ୍ୟସ୍ତରରେ ବିଭିନ୍ନ ଯୋଜନାରେ କିଭଳି ଅଧିକ କାମ କରି ହେବ, ସେଥିପାଇଁ ଫେଡେରେସନ କାମ କରିବ ବୋଲି ସଚିବ ସୂଚନା ଦେଇଛନ୍ତି । ଏଥିସହ ଓଡିଶାରେ ୮ବର୍ଷରେ ଏସଏଚଜିଙ୍କୁ ଋଣ ସହାୟତା କେମିତି ବୃଦ୍ଧି ପାଇଛି ତାର ହିସାବ ଦେଇଛନ୍ତି । ତଥ୍ୟ ଅନୁସାରେ ଏସଏଚଜିଙ୍କ ୠଣ ସହାୟତା ୨୦୧୪-୧୫ରେ ୫କୋଟି ଟଙ୍କାରୁ ବଢ଼ି ୨୦୨୨-୨୩ରେ ୧୧ହଜାର କୋଟି ଟଙ୍କାରେ ପହଞ୍ଚିଛି ।