୨୦୨୦-୨୧ ୟୁଜି ଏବଂ ପିଜି ଲାଗି ସମ୍ଭାବ୍ୟ ଶିକ୍ଷାବର୍ଷ ଘୋଷଣା : ସମ୍ଭାବ୍ୟ ଶିକ୍ଷାବର୍ଷ ଘୋଷଣା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଅକ୍ଟୋବର ୩୧ସୁଦ୍ଧା ଶେଷ ହେବ ନାମଲେଖା ପ୍ରକ୍ରିୟା ; ନଭେମ୍ବର ୧ରୁ ପାଠପଢା 

567
କନକ ବ୍ୟୁରୋ :  ଅକ୍ଟୋବର ୩୦ ସୁଦ୍ଧା ସରିବ ୟୁଜି, ପିଜି ଛାତ୍ର ଚାତ୍ରୀଙ୍କ ଆଡମିଶନ ପ୍ରକ୍ରୀୟା । ୨୦୨୦-୨୧ ୟୁଜି ଓ ପିଜି ପାଇଁ ସାମ୍ଭାବ୍ୟ ଶିକ୍ଷାବର୍ଷ ଘୋଷଣା କରାଯାଇଛି । ଏହି ଶିକ୍ଷାବର୍ଷ ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶଲାଲ୍ ପୋଖରିଆଲ ନିଶଙ୍କ । ଯୁଜି ପିଜିରେ ନାମଲେଖାଇବାକୁ ଚାହୁଁଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ  ଅକ୍ଟୋବର ୩୧ କୁ ଶେଷ ତାରିଖ ରଖାଯାଇଛି । ନଭେମ୍ବର ୧ ରୁ ପଠପଢା ଆରମ୍ଭ ହେବ ବୋଲି କୁହାଯାଇଛି ।

ଏନେଇ ଏକ ସ୍ୱତନ୍ତ୍ର ତାଲିକା ଘୋଷଣା କରାଯାଇଛି । ଯେଉଁଥିରେ ଲି୍ଖିତ ଅଛି କି ୨୦୨୦-୨୧ ଶିକ୍ଷା ବର୍ଷରେ ଯେଉଁ ଛାତ୍ର ଛାତ୍ରୀ ମାନେ ଆଡମିଶନ କରିବେ ସେମାନଙ୍କ ପାଇଁ ୨୦୨୧ ମାର୍ଚ୍ଚ ୮ ରୁ ମାର୍ଚ୍ଚ ୨୬ ଯାଏ ପ୍ରଥମ ସେମିଷ୍ଟାର ପରୀକ୍ଷା କରାଯିବ । ଦ୍ୱିତୀୟ ସେମିଷ୍ଟାର ୨୨.୦୮.୨୦୨୧ ରୁ ୨୯.୦୮.୨୦୨୧ ରେ ହେବ । ଏହାସହ ୩୦.୦୮.୨୦୨୧ ରୁ ୨୦୨୧-୨୨ ଶିକ୍ଷାବର୍ଷ ଆରମ୍ଭ ହେବ । ଏନେଇ କେନ୍ଦ୍ରଶିକ୍ଷାମନ୍ତ୍ରୀ ଟ୍ୱିଟର ଯୋଗେ ସୂଚନା ଦେଇଛନ୍ତି ।