ଭାରତୀୟ ହକି ଖେଳାଳିଙ୍କ ପାଇଁ ଓଡିଶା ସରକାରଙ୍କ ପୁରସ୍କାର ଘୋଷଣା: ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ, ଅମିତ ରୋହିଦାସଙ୍କୁ ସ୍ୱତନ୍ତ୍ର ଭାବେ ମିଳିବ ୪ କୋଟି

Advertisment
ଭାରତୀୟ ହକି ଖେଳାଳିଙ୍କ ପାଇଁ ଓଡିଶା ସରକାରଙ୍କ ପୁରସ୍କାର ଘୋଷଣା: ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ, ଅମିତ ରୋହିଦାସଙ୍କୁ ସ୍ୱତନ୍ତ୍ର ଭାବେ ମିଳିବ ୪ କୋଟି

କନକ ବ୍ୟୁରୋ: ଭାରତୀୟ ହକି ଖେଳାଳିଙ୍କ ପାଇଁ ପୁରସ୍କାର ଘୋଷଣା କଲେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଓ ସପୋର୍ଟ ଷ୍ଟାଫଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା । ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସ୍ୱତନ୍ତ୍ର ଭାବେ ମିଳିବ ୪ କୋଟି ଟଙ୍କା । ଏହାସହ ହକି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡିଶା ଆସିବାକୁ କଲେ ନିମନ୍ତ୍ରଣ ।

ଆଜି ଭାରତୀୟ ହକି ଟିମ ଅଲିମ୍ପିକ୍ସରେ ଜିତିଲା ବ୍ରୋଞ୍ଜ ପଦକ ଜିତିଛି । ସ୍ପେନକୁ ୨-୧ ଗୋଲରେ ହରାଇ ଭାରତ ଏହି ସଫଳତା ହାସଲ କରିଛି । ଟୋକିଓ ପରେ ପ୍ୟାରିସ ଅଲମ୍ପିକ୍ସରେ ବି ଭାରତ ବ୍ରୋଞ୍ଜ ପଦକ ଜିତିଛି । ଲଗାତାର ଦୁଇଟି ଅଲିମ୍ପିକ୍ସରେ ଭାରତୀୟ ହକି ବ୍ରୋଞ୍ଜ ପଦକ ଜିତିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe