ଖୁବଶୀଘ୍ର ବିଜେପିର ବାକି ଥିବା ଆସନରେ ପ୍ରାର୍ଥୀ ଘୋଷଣା । ୩୫ ଆସନରେ କିଏ ପାଇବ ଟିକେଟ୍ ?

153

କନକ ବ୍ୟୁରୋ: ବିଜେଡିର ପ୍ରାର୍ଥୀ ଘୋଷଣା ପରେ, ଖୁବଶୀଘ୍ର ବିଜେପି ଘୋଷଣା କରିପାରେ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ୩୫ ବିଧାନସଭାରେ ଟିକେଟ ବଣ୍ଟନ ପାଇଁ ବିଜେପିର ତୁଙ୍ଗ ନେତା କସରତ ଚଳାଇଛନ୍ତି । ବାକି ଥିବା ଆସନ ଗୁଡିକରେ ଏକାଧିକ ଆଶାୟୀ ଥିବା ବେଳେ ସମସ୍ତଙ୍କ ବୁଝାଇ ଗୋଟିଏ ନାଁ ଉପରେ ମୋହର ମାରିବାକୁ ଦଳ ସମୟ ନେଉଥିବା କୁହାଯାଉଛି । ତେବେ ଦିନେ ଦୁଇ ଦିନ ଭିତରେ ବିଜେପି ବାକି ରହିଥିବା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି । ୩୫ ବିଧାନସଭା ଆସନରେ କାହାକୁ ଟିକେଟ ମିଳିବ, କାହାର ଟିକେଟ୍ କଟିବ ତାକୁ ନେଇ ଆଶାୟୀଙ୍କ ଛାତି ଧଡଧଡ୍ ହେଉଛି । ଏପରି କି ପ୍ରାର୍ଥୀ ଘୋଷଣା ଡେରି ହେଉଥିବା ବେଳେ ନିର୍ବାଚନ ପାଖେଇ ଆସୁଛି । କିନ୍ତୁ ଟିକେଟ ଘୋଷଣା ହୋଇନଥିବାରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇ ପାରୁନାହାନ୍ତି ଆଶାୟୀ ପ୍ରାର୍ଥୀ । ପୂର୍ବରୁ ୧୧୨ ବିଧାନସଭା ଓ ସମସ୍ତ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି ଦଳ ।