ଜୁନିୟର ମହିଳା ହକି ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା: ଦଳରେ ସ୍ଥାନ ପାଇଲେ ଦୁଇ ଓଡିଆ

93

କନକ ବ୍ୟୁରୋ: ଜୁନିୟର ମହିଳା ହକି ବିଶ୍ୱକପ ପାଇଁ ଘୋଷଣା ହେଲା ଟିମ ଇଣ୍ଡିଆ । ୧୮ ଜଣିଆ ଟିମ ଘୋଷଣା କଲା ହକି ଇଣ୍ଡିଆ । ଲାଲରେସିଆମିଙ୍କୁ ମିଳିଲା ଟିମର ଅଧିନାୟିକା ଦାୟିତ୍ୱ । ସେହିପରି ଏହି ୧୮ ଜଣିଆ ଟିମରେ ଓଡିଶାର ଦୁଇ ଜଣଙ୍କୁ ସ୍ଥାନ ମିଳିଛି । ଅଜିମିନା କୁଜୁର ଓ ଜୀବନ କିଶୋରୀଙ୍କୁ ଟିମରେ ସାମିଲ କରାଯାଇଛି । ଡିସେମ୍ବର ୫ରୁ ୧୬ ଯାଏଁ ଦକ୍ଷିଣ ଆଫ୍ରିକାରେ ଖେଳାଯିବ ମ୍ୟାଚ ।

ସେହିପରି ଓଡିଶାରେ ହେବ ପୁରୁଷ ଜୁନିୟର ହକି ମହାକୁମ୍ଭ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ଜୁନିଅର ହକି ବିଶ୍ୱକପ୍ ୨୪ ତାରିଖରେ ଆରମ୍ଭ ହେବ । ଏଥିରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ହକି ବିଶ୍ୱକପ୍ ପାଇଁ ଭାରତୀୟ ଟିମ୍ ଭୁବନେଶ୍ୱରରେ ପହଂଚି ସାରିଛି । କୋଭିଡ କଟକଣାରେ ହେବ ଏହି ଟୁର୍ଣ୍ଣାମେଣ୍ଟ । ଏଥିରେ ସାମିଲ ହୋଇପାରିବେନି ଦର୍ଶକ । ଖେଳାଳୀ ଓ ଷ୍ଟାଫଙ୍କ ପ୍ରତିଦିନ ହେବ ଆରଟିପିସିଆର ଟେଷ୍ଟ ।