କନକ ବ୍ୟୁରୋ : ଦେଶର ଅନେକ ରାଜ୍ୟ ଶିକ୍ଷା ବୋର୍ଡ +୨ ପରୀକ୍ଷା ବାତିଲ କରିଛନ୍ତି । ସେହି ସବୁ ରାଜ୍ୟମାନଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି କି ଜୁଲାଇ ୩୧ ତାରିଖ ସୁଦ୍ଧା +୨ ପରୀକ୍ଷା ଫଳ ଫଳ ପ୍ରକାଶ କରିବାକୁ । ସୁପ୍ରିମ କୋର୍ଟ ଆହୁରି କହିଛନ୍ତି କି ଯେଉଁ ରାଜ୍ୟମାନେ ବିର୍ତମାନ ପର୍ଯ୍ୟନ୍ତ ଆନ୍ତରିକ ମୂଲ୍ୟାଙ୍କନ ଆରମ୍ଭ କରି ନାହାନ୍ତି ସେମାନଙ୍କ ପାଖରେ ମାତ୍ର ୧୦ ଦିନର ସମୟ ରହିଛି ।
ଏହା ପୂର୍ବରୁ ସେଂଟ୍ରାଲ ବୋର୍ଡ ଅଫ୍ ଏଜୁକେଶନ (ସିବିଏସଇ) ସୁପ୍ରିମ କୋର୍ଟକୁ କହିଥିଲେ କି ଦ୍ୱାଦଶ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ମୂଲ୍ୟାଙ୍କନ ମାନଦଣ୍ଡ ଦଶମ ଓ ଏକାଦଶ ଶ୍ରେଣୀର ପରୀକ୍ଷା ଫଳ ଆଧାରରେ କରାଯିବ । ଏହାସହ ଜୁଲାଇ ୩୧ ତାରିଖ ସୁଦ୍ଧା ଫଳାଫଳ ଘୋଷଣା କରାଯିବ ବୋଲି ସିବିଏସଇ ବୋର୍ଡ ତରଫରୁ ଉଚ୍ଚ ନ୍ୟାୟାଳୟକୁ କୁହାଯାଇଥିଲା ।
ସିବିଏସଇ ପକ୍ଷରୁ କୋର୍ଟ ସୂଚିତ କରାଯାଇଥିବା ମୂଲ୍ୟାଙ୍କନ ଆଧାର ମୁତାବକ ଦ୍ୱାଦଶ ଶ୍ରେଣୀର ପ୍ରି-ବୋର୍ଡ ପରୀକ୍ଷା ମାର୍କରୁ ୪୦ ପ୍ରତିଶତ ଓ ଦଶମ ଓ ଏକାଦଶ ଶ୍ରେଣୀର ଶେଷ ପରୀକ୍ଷା ମାର୍କରୁ ୩୦ ପ୍ରତିଶତ ଲେଖାଏଁ ଯୋଡା ଯିବ । ଏହାସହ ପୂର୍ବ ପରୀକ୍ଷା ଫଳା ଫଳ ଉପରେ ଗୁରୁତ୍ୱ ଦେଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ମୂଲ୍ୟାଙ୍କନ କରାଯିବ ବୋଲି କୁହାଯାଇଥିଲା ।
Supreme Court directs all State Boards to notify the scheme for assessment within 10 days from today and declare the internal assessment results by July 31, like the timeline specified by it for CBSE and ICSE. pic.twitter.com/FDl39J1wfA
— ANI (@ANI) June 24, 2021
ସେହିଭଳି ସିବିଏସଇ ପରେ ଆଇସିଏସଇ ବି ସୁପ୍ରିମ କୋର୍ଟଙ୍କୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳା ଫଳ ମୂଲ୍ୟାଙ୍କନର ଆଧାର ସୂଚାଇ ଥିଲା । ଏଥିରେ କୁହାଯାଇଥିଲା କି ସିବିଏସଇ ଦେଇଥିବା ମାର୍କିଂ ଆଧାର ସହ ଦ୍ୱାଦଶ ଶ୍ରେଣୀ ଇଣ୍ଟରନାଲ ପରୀକ୍ଷା ଫଳକୁ ଆଧାର କରାଯିବ । ଏହାସହ ଜୁଲାଇ ୩୧ ତାରିଖ ସୁଦ୍ଧା ଫଳା ଫଳ ପ୍ରକାଶ କରିବାକୁ କୋର୍ଟଙ୍କୁ ସୂଚନା ଦେଇଥିଲା ।