ପୁଣି ଅନଶନ କରିବେ ଗାନ୍ଧୀବାଦୀ ଆନ୍ନା ହଜାରେ ! ଲୋକପାଳ ନିଯୁକ୍ତି ଦାବିରେ ଆସନ୍ତା ୩୦ରୁ ଆମରଣ ଅନଶନ କରିବେ ଆନ୍ନା ।

124

କନକ ବ୍ୟୁରୋ: ପୁଣି ଅନଶନ କରିବେ ଆନ୍ନା । ଲୋକପାଳ ନିଯୁକ୍ତି ହୋଇ ନ ପାରିବାରୁ ବିଶିଷ୍ଟ ଗାନ୍ଧୀବାଦୀ ତଥା ସମାଜସେବୀ ଆନ୍ନା ହଜାରେ ଆସନ୍ତା ଜାନୁଆରୀ ୩୦ରୁ ଆମରଣ ଅନଶନ ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି । ଲୋକପାଳ ଏବଂ ଲୋକାୟୁକ୍ତ ଅଧିନିୟମ, ୨୦୧୩ ଅନୁଯାୟୀ ଭ୍ରଷ୍ଟାଚାର ବିରୋଧୀ ଲୋକପାଳ ନିଯୁକ୍ତି କରିବାରେ କେନ୍ଦ୍ର ବିଫଳ ହୋଇଥିବାରୁ ସେ ଏହି ଅନଶନ କରବାର ଧମକ ଦେଇଛନ୍ତି । ମହାରାଷ୍ଟ୍ରରେ ଥିବା ତାଙ୍କ ଗାଁ ରାଲେଗାଁଓ-ସିଦ୍ଧିରୁ ଏହି ଅନଶନ ଆରମ୍ଭ କରାଯିବ ବୋଲି ଆନ୍ନା କହିଛନ୍ତି ।

ଦେଶବାସୀଙ୍କ ପାଇଁ ଏକ ସକ୍ଷମ ଲୋକପାଳ ନିଯୁକ୍ତି ପାଇଁ ଜାନୁଆରୀ ୩୦ରୁ ଆନ୍ନା କରିବେ ଆମରଣ ଅନଶନ  । ଲୋକପାଳ ଏବଂ ଲୋକାୟୁକ୍ତ ଅଧିନିୟମ ୨୦୧୩ରେ ତିଆରି କରାଯାଇଥିଲା । ପରେ ୨୦୧୪ରେ କେନ୍ଦ୍ରରେ ମୋଦି ସରକାର ଆସିଥିଲା । ମୋଦି ସରକାର ଆସିବା ପରେ ଏବେ କିଛି ହେବ ବୋଲି ଆମେ ଆଶା କରିଥିଲୁ । କିନ୍ତୁ ଗତ ୫ବର୍ଷ ମଧ୍ୟରେ ମୋଦି ସରକାର ଏହାକୁ ନେଇ ମନମାନି କରୁଛନ୍ତି । ସେଥିପାଇଁ ମୁଁ ଜାନୁଆରୀ ୩୦ରୁ ମୋ ଗାଁ ରାଲେଗାଁଓ-ସିଦ୍ଧିରୁ ଆମରଣ ଅନଶନ ଆରମ୍ଭ କରିବାର ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି ଆନ୍ନା ।