କନକ ବ୍ୟୁରୋ : ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଚାଲିବା ମଧ୍ୟରେ ଏବେ ଚାଷୀଙ୍କ ପାଇଁ ସ୍ୱର ଉଠାଇଛନ୍ତି ଆନ୍ନା ହଜାରେ । ଆନ୍ନା କହିଛନ୍ତି ବାରମ୍ୱାର ସରକାରଙ୍କୁ ଜଣାଇବା ପରେ, ସରକାରଙ୍କ ପ୍ରତିଶ୍ରୁତି ପରେ ବି ଦେଶରେ ଯେଉଁ ଲୋକପାଳ ଆଇନ ପାଇଁ ଆନ୍ଦୋଳନ ଚାଲିଥିବା, ସେ ଧାରଣାରେ ବସିଥିଲେ ତାହା ହୋଇପାରିନି । ଏବେ ଚାଷୀ ଯେଉଁ ଆନ୍ଦୋଳନ କରିଛନ୍ତି ତାହା ଅହିଂସା ବାଟରେ ଚାଲିଛି ।
ସରକାର ଏହାକୁ ଦୁର୍ବଳ କରିବାକୁ ଯୋଜନା କରିବେ । ତେଣୁ ଦେଶର ଚାଷୀ ଏକାଠି ହୋଇ ଆଗକୁ ଆସିବା ସମୟ ଆସିଛି । ଏବେ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ସରକାର ଚାଷୀଙ୍କ ଦାବି ପୂରଣ ନକଲେ , ସେ ନିଜ ଜୀବନର ଶେଷ ଆନ୍ଦୋଳନ ଭାବେ ଚାଷୀଙ୍କ ପାଇଁ ଅନଶନରେ ବସିବେ । ଏହା ସହିତ ସାରାଦେଶର ଚାଷୀ ଏକାଠି ହୋଇ ଅହିଂସା ବାଟରେ ଆନ୍ଦୋଳନରେ ସାମିଲ ହେବାକୁ ସମସ୍ତ ଚାଷୀଙ୍କୁ ଆହ୍ୱାନ କରିଛନ୍ତି ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/19-11.jpg)