ମହାରାଷ୍ଟ୍ର ସରକାରଙ୍କ ଏହି ନିଷ୍ପତି ଉପରେ କ୍ଷୋଭ ପ୍ରକାଶ କଲେ ଆନ୍ନା ହଜାରେ , କହିଲେ କାର୍ଯ୍ୟକାରୀ ହେଲେ କରିବେ ଅନିର୍ଦ୍ଧିଷ୍ଟ କାଳ ଅନଶନ

ମହାରାଷ୍ଟ୍ର ସରକାରଙ୍କ ଏହି ନିଷ୍ପତି ଉପରେ କ୍ଷୋଭ ପ୍ରକାଶ କଲେ ଆନ୍ନା ହଜାରେ , କହିଲେ କାର୍ଯ୍ୟକାରୀ ହେଲେ କରିବେ ଅନିର୍ଦ୍ଧିଷ୍ଟ କାଳ ଅନଶନ

କନକ ବ୍ୟୁରୋ : ଗୋଟିଏ ସମୟରେ ଲୋକପାଳ ବିଲକୁ ନେଇ ଆନ୍ଦୋଳନ କରିଥିବା ଆନ୍ନା ହଜାରେ ପୁଣି ଥରେ ଆନ୍ଦୋଳନର ଧମକ ଦେଇଛନ୍ତି । ମହାରାଷ୍ଟ୍ର ସରକାର ସୁପର ମାର୍କେଟରେ ମଦ ବିକ୍ରି କରିବାକୁ ଅନୁମତି ଦେବା ପ୍ରସଙ୍ଗରେ ଉଦ୍ଧବ ସରକାର ଆଲୋଚନା ଜାରି ରଖିଛନ୍ତି । ଏହି କ୍ରମରେ ସମାଜିକ କର୍ମୀ ଆନ୍ନା ହଜାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସୁପରମାର୍କେଟରେ ମଦ ବିକ୍ରି କରିବା ନିଷ୍ପତିକୁ ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲେଖିଛନ୍ତି । ଚିଠିରେ ଆନ୍ନା ହଜାରେ ରାଜ୍ୟ ସରକାରଙ୍କ ନିଷ୍ପତି ବିରୋଧରେ ଅନିର୍ଦ୍ଧିଷ୍ଠ କାଳ ପାଇଁ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି ।

ଚିଠି ଲେଖିବା ପୂର୍ବରୁ ଆନ୍ନା ହଜାରେ ମହାରାଷ୍ଟ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଦୁର୍ଭାଗ୍ୟପୂର୍ଣ୍ଣ କହିବା ସହ ନିଶାମୁକ୍ତି ଦିଗରେ ସରକାର କାମ କରିବା ଦରକାର ବୋଲି କହିଛନ୍ତି । ସେ କହିଛନ୍ତି କି ମୋତେ ଏହାଦେଖି ଦୁଃଖ ଲାଗୁଛି କି ରାଜକୋଷକୁ ସମୃଦ୍ଧ କରିବାକୁ ରାଜ୍ୟ ସରକାରମାନେ ନିଶାକୁ ପ୍ରୋତ୍ସାହିତ କରୁଛନ୍ତି । ଏହି କାରଣରୁ ଦିନେ ଦେଶ ନିଶା ନଦୀରେ ବୁଡିଯିବ ବୋଲି ସେ ଉଦ୍ଧବ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ଆନ୍ନା ହଜାରେ କହିଛନ୍ତି କି ଗୋଟେପଟେ ମହାରାଷ୍ଟ୍ର ସରକାର କୃଷକଙ୍କ ହିତର କଥା କହୁଛି ସେପଟେ କୃଷକର ପରିବାରକୁ ନିଶାରେ ବୁଡାଇ ଦେବାକୁ ସୁପରମାର୍କେଟରେ ମଦବିକ୍ରିକୁ ଅନୁମତି ଦେବାକୁ ଯୋଜନା କରୁଛି । ଆନ୍ନା କହିଛନ୍ତି କି ସମ୍ବିଧାନ ମୁତାବକ ସରକାରଙ୍କ କର୍ତ୍ତବ୍ୟ ହେଉଛି ଲୋକଙ୍କୁ ନିଶା ଠାରୁ ଦୂରେଇ ରଖିବ, ନିଶା ଜାତୀୟ ପଦାର୍ଥର ଉତ୍ପାଦନ ଓ ବ୍ୟବହାର ଉପରେ ରୋକ ଲଗାଇବ । ହେଲେ ସରକାର ଆର୍ଥକ ଲାଭ ପାଇଁ ନିଶାକୁ ପ୍ରୋତ୍ସାହିତ କରିବା ଏକ ଗଣତାନ୍ତ୍ରିକ ସରକାର ପାଇଁ ଶୁଭଙ୍କର ନୁହେଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe