କନକ ବ୍ୟୁରୋ : ଲୋକପାଳ ଆନ୍ଦୋଳନର ମୁଖ୍ୟ ତଥା ଗାନ୍ଧୀବାଦୀ ନେତା ଆନ୍ନା ହଜାରେ ପୁନେ ସ୍ଥିତ ରୂବି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମେଡିକାଲରେ ଚିକିତ୍ସା କରାଯାଉଛି । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ମୁତାବକ ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏନେଇ ସୂଚନା ଦେଇଛନ୍ତି ରୂବି ହସ୍ପିଟାଲର ଚିକିତ୍ସା ଅଧିକ୍ଷକ ଅବଧୂତ ବୋଡମବାଡ । ଏହା ପୂର୍ବରୁ ବି ୨୦୧୯ ରେ ଆନ୍ନା ହଜାରେଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଥିଲା ଓ ତାଙ୍କୁ ପୁନେର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ଆନ୍ନାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ କହିଛନ୍ତି କି ଥଣ୍ଡା କାରଣରୁ ଆନ୍ନାଙ୍କ ହାର୍ଟ ଇନଫେକ୍ସନ ହୋଇଛି । ଏହି ସମୟରେ ତାଙ୍କୁ ଚିକିତ୍ସା ସହ ଆରମ ନେବାର ଆବଶ୍ୟକତା ରହିଛି ।
କହିରଖୁ କି ୨୦୧୩ ମସିହାରେ ପ୍ରଥମେ ଲୋକପାଳ ବିଲ ପ୍ରଣୟନ ନେଇ ସାମ୍ନାକୁ ଆସିଥିଲେ ଗାନ୍ଧୀବାଦୀ ନେତା ଆନ୍ନା ହଜାରେ । ସେତେବେଳେ ସେ ଦିଲ୍ଲୀର ଜନ୍ମରମନ୍ତର ଠାରେ ଧାରଣାରେ ବସିଥିଲେ । ତାଙ୍କ ଆନ୍ଦୋଳନରେ ପ୍ରଭାବିତ ହୋଇ ଦେଶର ଅନେକ ଲୋକ ତାଙ୍କ ସମର୍ଥନରେ ବାହାରିଥିଲେ । ପ୍ରଶାନ୍ତ ଭୂଷଣ, ଅରବିନ୍ଦ କେଜ୍ରିୱାଲ, କିରଣ ବେଦୀ ଭଳି ଲୋକମାନେ ତାଙ୍କ ସହ ଆନ୍ଦୋଳନରେ ବସିଥିଲେ । ଏହି ଆନ୍ଦୋଳନରେ ବି ବାବା ରାମଦେବ ଭାଗ ନେଇଥିଲେ । ଏହି ଆନ୍ଦୋଳନ ଦେଶର ରାଜନୀତିକୁ ପ୍ରଭାବିତ କରିଥିଲା । ଲୋକମାନେ ଏହି ଆନ୍ଦୋଳନ ଆଧାରରେ ୨୦୧୪ ରେ କଂଗ୍ରେସକୁ କ୍ଷମତଚ୍ୟୁତ କରିଥିଲେ ଓ ନରେନ୍ଦ୍ର ମୋଦୀଙ୍କ ନେତୃ୍ତ୍ୱରେ ବିଜେପିକୁ କ୍ଷମତା ଦେଇଥିଲେ ।
Anna Hazare was admitted to Ruby Hospital in Pune following chest pain. He has been kept under observation and stable: Dr Avdhut Bodamwad, Medical Superintendent, Ruby Hall Clinic
(File photo) pic.twitter.com/3yGt4t6UsV
— ANI (@ANI) November 25, 2021
ବିଜେପି ସରକାର ଗଠନ କିରବା ପରେ ଆନ୍ନା ହଜାରେ ଲୋକପାଳ ବିଲ ନେଇ ମୁହଁ ଖୋଲିନଥିଲେ । ଆନ୍ଦୋଳନ ଥମିବା, କଂଗ୍ରେସ କ୍ଷମତା ମୁକ୍ତ ହେବା ପରେ ଗଣମାଧ୍ୟମ ବି ଆନ୍ନାଙ୍କୁ ନେଇ ବିଶେଷ ଆଲୋଚନା କରିନଥିଲା ।