ଆନ୍ଦୋଳନରେ କରୋନା ଯୋଦ୍ଧା । ପୁନଃନିଯୁକ୍ତି ଦାବିରେ ସାରା ରାତି ଧାରଣାରେ ବସିଲେ ଏଏନଏମ୍ କର୍ମଚାରୀ । ସରକାର ନିଷ୍ପତି ପ୍ରତ୍ୟାହାର କରି ପୁନଃନିଯୁକ୍ତି ନଦେବା ଯାଏଁ ଧାରଣା ଜାରି ରଖିବାକୁ ଚେତାବନୀ

182

କନକ ବ୍ୟୁରୋ: ପୁନଃ ନିଯୁକ୍ତି ଦାବିରେ ସାରା ରାତି ଧାରଣାରେ କୋଭିଡ ଯୋଦ୍ଧା । ଏଭଳି ଅଭାବନୀୟ ଘଟଣା ସମ୍ବଲପୁର ଜିଲ୍ଲାରୁ ଆସିଛି। କୋଭିଡ୍ କେୟାର ହୋମ ୍ଆଗରେ ଧାରଣାରେ ବସିଛନ୍ତି ଛଟେଇ ହୋଇଥିବା ଏଏନଏମ୍ କର୍ମଚାରୀ । ଜିଲ୍ଲାରେ କୋଭିଡ ହସ୍ପିଟାଲ ଗୁଡିକ ବନ୍ଦ ହୋଇଯିବା ପରେ ସେଠାରେ କାମ କରୁଥିବା ସମସ୍ତ ଏଏନଏମଙ୍କୁ କୋଭିଡ ହସ୍ପିଟାଲ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଗତ ୩୦ ଅକ୍ଟୋବରରେ ୧୦୦ ଜଣଙ୍କୁ ଛଟେଇ ପରେ ତେଜିଛି ଅସନ୍ତୋଷ । ପ୍ରତିବାଦରେ ଅନିର୍ଦ୍ଦିଷ୍ଟ କାଳ ଧାରଣାରେ ବସିଛନ୍ତି ଏଏନଏମ୍ କର୍ମୀ । ସରକାର ନିଷ୍ପତି ପ୍ରତ୍ୟାହାର କରି ପୁନଃ ନିଯୁକ୍ତି ନଦେବା ଯାଏଁ , ଧାରଣା ଜାର ିରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ଏଏନଏମ୍ କର୍ମୀ ।

Comments are closed.