ଏଏନଏମଙ୍କ ନାଁରେ ଠକେଇ : ଭୁବନେଶ୍ୱର ଧାରଣାରେ ବସିଥିବା କର୍ମଚାରୀଙ୍କୁ ପ୍ରଲୋଭିତ କରି ଟଙ୍କା ମଗାଯାଉଥିବା ଅଡ଼ିଓ କ୍ଲିପ ଭାଇରାଲ

Advertisment
ଏଏନଏମଙ୍କ ନାଁରେ ଠକେଇ : ଭୁବନେଶ୍ୱର ଧାରଣାରେ ବସିଥିବା କର୍ମଚାରୀଙ୍କୁ ପ୍ରଲୋଭିତ କରି ଟଙ୍କା ମଗାଯାଉଥିବା ଅଡ଼ିଓ କ୍ଲିପ ଭାଇରାଲ

କନକ ବ୍ୟୁରୋ : ଟଙ୍କା ଦିଅ, ଚାକିରୀ ନିଅ । ରାଜଧାନୀରେ ଏଏନଏମ୍ ସ୍ୱାସ୍ଥ୍ୟକର୍ମୀଙ୍କ ଆନ୍ଦୋଳନକୁ ନେଇ ଏମିତି କିଛି ବଡ ଖୁଲାସା କରିଛି କମିଶନରେଟ୍ ପୋଲିସ । ଯିଏ ଧାରଣା ପାଇଁ ଭୁବନେଶ୍ୱର ଆସିବ, ତାକୁ ୧୫ ହଜାର ଟଙ୍କା ଆଗୁଆ ଦେବାକୁ ପଡିବ । ତାହାର ଚାକିରୀ ସ୍ଥାୟୀ ହେବ । ଏହିଭଳି ଏକ ଅଡିଓ ଲାଗିଛି କ୍ୟାପିଟାଲ ପୋଲିସ ହାତରେ ।

ଘଟଣାରେ କ୍ୟାପିଟାଲ ଥାନା ପୋଲିସ ନିଜ ଆଡୁ ମାମଲା ରୁଜ୍ଜୁ କରି ୩ ଜଣଙ୍କୁ ଗିରଫ କରି ପୋଲିସ ତଦନ୍ତ ଜାରି ରଖିିଛି । ଗିରଫ ୩ ଜଣଙ୍କ ଠାରୁ ନଗଦ ୫୦ ହଜାର ଟଙ୍କା ଜବତ କରିଛି ପୋଲିସ । ଏଏନଏମ୍ କର୍ମୀଙ୍କୁ ଭୂତେଇ କୋଟିଏ ଟଙ୍କା ଆଦାୟ କରି ଫେରାର ପାଇଁ ବ୍ଲୁ ପ୍ରିଂଟ ତିଆରି ହୋଇଥିଲା ବୋଲି ସୂଚନା ଦେଇଛନ୍ତି ଡିସିପି । ଏହା ପଛରେ ଧାରଣା ସ୍ଥଳରେ ବସିଥିବା କିଛି ନେତାଙ୍କ ସଂପୃକ୍ତି ସନ୍ଦେହ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe