ମହାମାରୀ ବେଳେ ନିଯୁକ୍ତ ସ୍ୱାସ୍ଥ୍ୟ କର୍ମୀଙ୍କୁ ସରକାରଙ୍କ ଅବହେଳା ଅଭିଯୋଗ: କରୋନା ସରିନି ହେଉଛି ଛଟେଇ, ମିଳୁନି ଦରମା

Advertisment
ପୁନଃ ନିଯୁକ୍ତି ଦାବିରେ ଲୋୟର ପିଏମଜିରେ ଠିକା ସ୍ୱାସ୍ଥ୍ୟକର୍ମୀଙ୍କ ଧାରଣା: ୩ ମାସର ଅବଧି ଶେଷ ହେବା ପରେ ଯାଇଛି ୭ ହଜାର ସ୍ୱାସ୍ଥ୍ୟ କର୍ମୀଙ୍କ ଚାକିରୀ; ନିଯୁକ୍ତି ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ

କନକ ବ୍ୟୁରୋ: କୋଭିଡ ସମୟରେ ନିଯୁକ୍ତ ମହିଳା  ସ୍ୱାସ୍ଥ୍ୟକର୍ମୀ ସଂଘର ବିଧାନସଭା ଆଗରେ ଧାରଣା ।  ୨୦ଟି ଜିଲ୍ଲାର ସ୍ୱାସ୍ଥକର୍ମୀମାନେ ଧାରଣା ଦେଇଛନ୍ତି । ଓଡିଶାର ବିଭିନ୍ନ ଜିଲ୍ଲାରେ କୋଭିଡ ସମୟରେ ସ୍ୱାସ୍ଥ୍ୟକର୍ମୀ ପଦବୀରେ ୯୦ ଦିନ ପାଇଁ ନିଯୁକ୍ତି ଦିଆଯାଇଥିଲା ।  ହେଲେ ଏଯାଏ ସେମାନଙ୍କୁ ଦରମା ମିଳିନାହିଁ । ଏହା ସହ ରାଜ୍ୟ ତଥା ଦେଶରେ କରୋନା ସଂକ୍ରମଣ କମିନଥିବା ବେଳେ   ସରକାର ଏମାନଙ୍କୁ ଛଟେଇ କରିଛନ୍ତି ।

ବିଭିନ୍ନ ଦାବି ନେଇ ଆଜି ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କରୋନା ସଂକ୍ରମଣ ପରେ ରାଜ୍ୟର ବିଭିନ୍ନ ଜିଲ୍ଳାରେ କୋଭିଡ କେୟାର ସେଂଟର ଖୋଲାଯାଇଥିଲା । ଏଥିରେ ବିଭିନ୍ନ ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦିଆଯାଇଥିଲା ।  ହେଲେ ଏଯାଏ ଏମାନଙ୍କୁ ଦରମା ମିଳିନଥିବା ବେଳେ ଛଟେଇ କରାଯାଇଛି । ଯାହାକୁ ନେଇ କରୋନା ସମୟରେ ନିଯୁକ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe