ପୁନଃ ନିଯୁକ୍ତି ଦାବିରେ ଲୋୟର ପିଏମଜିରେ ଠିକା ସ୍ୱାସ୍ଥ୍ୟକର୍ମୀଙ୍କ ଧାରଣା: ୩ ମାସର ଅବଧି ଶେଷ ହେବା ପରେ ଯାଇଛି ୭ ହଜାର ସ୍ୱାସ୍ଥ୍ୟ କର୍ମୀଙ୍କ ଚାକିରୀ; ନିଯୁକ୍ତି ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ

କୋଭିଡ୍ ସମୟରେ ଅସ୍ଥାୟୀ ଭାବେ ନିଯୁକ୍ତି ଦେଇଥିଲେ ସରକାର

315

କନକ ବ୍ୟୁରୋ: ପୁନଃ ନିଯୁକ୍ତି ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଏଏନଏମ ଠିକା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଅନୁରୋଧ । କରୋନା ମହାମାରୀ ସମୟରେ ସରକାରଙ୍କ ନିର୍ଦ୍ଦେଶ ମୁତାବକ ୩ ମାସ ପାଇଁ ଠିକା କର୍ମଚାରୀ ଭାବେ ନିଯୁକ୍ତି ପାଇଥିଲେ ଏଏନଏମ ସ୍ୱାସ୍ଥ୍ୟକର୍ମୀ । ଏବେ ସେମାନଙ୍କ ଠିକା ଅବଧି ଶେଷ ହେବା ପରେ ଆଉ କାର୍ଯ୍ୟରେ ନାହାଁନ୍ତି ଏହି ସ୍ୱାସ୍ଥ୍ୟକର୍ମୀ । ଏହାର ପ୍ରତିବାଦରେ ସ୍ୱାସ୍ଥ୍ୟକର୍ମୀମାନେ ୫ ଦିନ ହେବ ଲୋୟର ପିଏମଜିରେ ଧାରଣା ଦେଇଛନ୍ତି । ଏପରିକି ସାମାଜିକ ଗଣମାଧ୍ୟମରେ ସେମାନଙ୍କ ଦୁଃଖ କହି ଭିଡିଓ ପୋଷ୍ଟ କରି ସେମାନଙ୍କ ଦାବି ରଖୁଛନ୍ତି ।

ସେମାନଙ୍କ କହିବା କଥା ଭୟଙ୍କର କରୋନା ସମୟରେ କୋଭିଡ୍ କେୟାର ହୋମରେ ନିଜର ଜୀବନକୁ ପାଣି ଛଡାଇ ଆକ୍ରାନ୍ତଙ୍କ ସେବା କରିଥିଲେ । ଏବେ ସ୍ଥାୟୀ ଭାବେ ନିଯୁକ୍ତି ଦେବାକୁ ଦାବି କରିବାରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ବିଭିନ୍ନ ଆଳ ଦେଖାଇ ଖସିଯିବାକୁ ଉଦ୍ୟମ କରୁଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ୱାସ ଓ ଭରଷା ଅଛି ସେ ସେମାନଙ୍କର ଦୁଃଖ ବୁଝିବେ ବୋଲି ଆଶା ଥିବା କହିଛନ୍ତି ଧାରଣାରେ ଥିବା ସ୍ୱାସ୍ଥ୍ୟ କର୍ମୀ । କୋଭିଡ୍ ସମୟରେ ସାତ ହଜାର ସ୍ୱାସ୍ଥ୍ୟ କର୍ମୀଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ଦେଇଥିଲେ ସରକାର ।