ଏଏନଏମଙ୍କ ଆନ୍ଦୋଳନ ୨୪ ଦିନରେ : ଶୀତ କାକର ରାତିରେ ରାଜଧାନୀରେ ଜାରି ରଖିଛନ୍ତି ଧାରଣା

ସ୍ଥାୟୀ ନିଯୁକ୍ତି ଦାବିରେ ଚାଲିଛି ଆନ୍ଦୋଳନ

85

କନକ ବ୍ୟୁରୋ : ଠିକା ଏଏନଏମ ସ୍ୱାସ୍ଥ୍ୟକର୍ମୀ ମାନେ ସ୍ଥାୟୀ ନିଯୁକ୍ତି ଦାବିରେ ୨୪ ଦିନ ଆନ୍ଦୋଳନରେ ବସିଛନ୍ତି । ହେଲେ ଏପର୍ଯ୍ୟନ୍ତ କୌଣସି ସମାଧାନ ବାହାରି ପାରି ନାହିଁ । ଶୀତ କାକର ରାତିରେ ଏମାନେ ରାଜଧାନୀର ରାସ୍ତା ଉପରେ ଶୋଇ ଧାରଣା ଜାରି ରଖିଛନ୍ତି । ରାଜଧାନୀରେ ପ୍ରବଳ ଥଣ୍ଡା ଏମାନଙ୍କ ଅସୁବିଧା ବଢ଼ାଇ ଦେଇଛି । ଶୀତ ପ୍ରକୋପରୁ ବର୍ତ୍ତିବା ପାଇଁ ଆନ୍ଦୋଳନକାରୀମାନେ ନିଆଁ ଜଳି ବସିଥିବାର ଚିତ୍ର ଦେଖିବାକୁ ମିଳିଛି ।

ଗତ ୨୪ ଦିନ ହେବ ସ୍ଥାୟୀ ନିଯୁକ୍ତି ଓ ବକେୟା ଦରମା ଦାବି କରି ରାଜଧାନୀର ଲୋୟର ପିଏମଜିରେ ଆନ୍ଦୋଳନରେ ବସିଛନ୍ତି ଏଏନଏମ୍ କର୍ମୀ । ଶୀତ କାକରରେ ପଡି ରହି ରାଜରାସ୍ତାରେ ଚଳାଇଛନ୍ତି ଆନ୍ଦୋଳନ । କରୋନା ଚିକିତ୍ସା ପାଇଁ ସେମାନଙ୍କୁ ତିନି ମାସ ପର୍ଯ୍ୟନ୍ତ ଠିକା ନିଯୁକ୍ତି ଦିଆଯାଇଥିଲା । ଅବଧି ଶେଷ ହେବା ପରେ ସେମାନେ ସ୍ଥାୟୀ ଚାକିରୀ ଦାବି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।