ଅଁଳାନବମୀରେ ସାକ୍ଷୀଗୋପାଳରେ ଚାଲିଛି ରାଧାପାଦ ଦର୍ଶନ ! ଓଡିଆଣୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀରାଧା,ଲକ୍ଷାଧିକ ଭକ୍ତଙ୍କ ଭିଡ

96

କନକ ବ୍ୟୁରୋ : ଆଜି ପବିତ୍ର ଅଁଳା ନବମୀ । ଆଉ ଆଜି ସାକ୍ଷୀଗୋପାଳ ଗୋପୀନାଥ ମନ୍ଦିରରେ ଚାଲିଛି ରାଧାପାଦ ଦର୍ଶନ । ଓଡିଆଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀରାଧା । ଏଥିପାଇଁ ସକାଳୁ ସକାଳୁ ସାକ୍ଷୀଗୋପାଳରେ ଭକ୍ତଙ୍କ ଭିଡ ଲାଗିରହିଛି । ବିଳମ୍ବିତ ରାତି ଯାଏଁ ଶ୍ରୀରାଧାଙ୍କୁ ଦର୍ଶନ କରିବେ ଲକ୍ଷାଧିକ ଭକ୍ତ । ଏଥିପାଇଁ ସାକ୍ଷୀଗୋପାଳରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବ୍ୟାରିକେଡରେ ଭକ୍ତମାନେ ମନ୍ଦିର ଭିତରକୁ ଯାଇ ରାଧାପାଦ ଦର୍ଶନ କରୁଛନ୍ତି ।

ବର୍ଷକରେ ଥରେ କାର୍ତିକ ଅଁଳାନବମୀ ତିଥିରେ ଓଡିଆଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ଶ୍ରୀରାଧା । ଆଉ ଆଜିର ଦିନରେ ରାଧାପାଦ ଦର୍ଶନ କଲେ ଭକ୍ତଙ୍କୁ ଅଶେଷ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ପ୍ରଶାସନ ତରଫରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।