ସୁଶାନ୍ତ ସିଂ ରାଜପୁତଙ୍କୁ ବିବାହ କରିବାପାଇଁ ମନା କରିଥିଲେ ‘ବାଜିରାଓ ମସ୍ତାନୀ’

ସଞ୍ଜୟ ଲୀଲା ଭନସାଲୀ କହିଥିଲେ - 'ବାଜିରାଓ' କର ନହେଲେ ତୁମେ ପସ୍ତେଇବ  

144

ଧାରାବାହିକ ‘ପବିତ୍ର ରିସ୍ତା’ ଜରିଆରେ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବାକୁ ଚାହୁଁଥିଲେ । ‘ପବିତ୍ର ରିସ୍ତା’ ସମୟରୁ ସେ ସ୍ଵର୍ଗତଃ  ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ ।  ସୁଶାନ୍ତ ସିଂ ଧାରାବାହିକରେ ସଫଳତା ପାଇବା ପରେ ଫିଲ୍ମ ଜଗତରେ ମଧ୍ୟ ବେଶ ସଫଳ ହେଇପାରିଥିଲେ । ଅଙ୍କିତା ମଧ୍ୟ ବଲିଉଡରେ ପ୍ରବେଶ କରିବାକୁ ଚାହୁଁଥିଲେ କିନ୍ତୁ ସେ ସେମାନଙ୍କ ସମ୍ପର୍କକୁ ଅଧିକ ଗୁରୁତ୍ୱ ଦେଇ ଏକ ବଡ଼ ସୁଯୋଗକୁ ପ୍ରତ୍ୟାଖ୍ୟାନ କଲେ ବୋଲି କହିଛନ୍ତି ।

ଅଙ୍କିତା କହିଛନ୍ତି ଯେ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀ ତାଙ୍କ ଫିଲ୍ମ ‘ବାଜିରାଓ ମସ୍ତାନୀ’ ପାଇଁ ତାଙ୍କୁ ଅଫର ଦେଇଥଲେ  କିନ୍ତୁ ସେ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ । ସେ ସେତେବେଳେ ସୁଶାନ୍ତଙ୍କୁ ବିବାହ କରିବାକୁ ଚାହୁଁଥିଲେ ।

ଗୋଟେ ସମୟ ଥିଲା ଯେତେବେଳେ ମୁଁ ଅନେକ ଭୁଲ ନିଷ୍ପତ୍ତି ନେଇଥିଲି  

ଏକ ସାକ୍ଷାତକାରରେ ଏହି ବିଷୟରେ ଅଙ୍କିତା କହିଛନ୍ତି ଯେ  ‘ଏହି ନିଷ୍ପତ୍ତି ପାଇଁ ମୁଁ ଦୁଃଖିତ  ନୁହେଁ ତଥାପି ଏକ ସମୟ ଥିଲା ଯେତେବେଳେ ମୁଁ ଅନେକ ଭୁଲ ନିଷ୍ପତ୍ତି ନେଇଥିଲି ଏବଂ ବର୍ତ୍ତମାନ ମୁଁ ସେହି  ସ୍ଥିତିରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ କରୁଛି । ଏବେ  ମୁଁ ମୋ ସ୍ୱାମୀ ବିକି ଜୈନଙ୍କ ସହ ଖୁସିରେ ଅଛି ।

ସଞ୍ଜୟ ଲୀଲା ଭନସାଲୀ କହିଥିଲେ – ବାଜିରାଓ କର ନହେଲେ ତୁମେ ଅନୁତାପ କରିବ

ବାଜିରାଓ-ମସ୍ତାନୀ  ବିଷୟରେ କଥାବାର୍ତ୍ତା କରି ଅଙ୍କିତା କହିଥିଲେ, ‘ସଞ୍ଜୟ  ସାର୍ ମୋତେ ଫୋନ କରି କହିଥିଲେ – ବାଜିରାଓ କର, ନହେଲେ ତୁମେ ଅନୁତାପ କରିବ।‘ କିନ୍ତୁ ମୁଁ ତାଙ୍କୁ କହିଲି – ନା ସାର୍ ମୁଁ ଏବେ ବିବାହ କରିବାକୁ ଚାହୁଁଛି । ଏହା ପରେ ସେ ମୋତେ କିଛି କହି ନଥିଲେ। ତଥାପି ସେ ମୋର  ବହୁତ ପ୍ରଶଂସା କଲେ ଏବଂ ତାଙ୍କ ପାଟିରୁ ମୋ  ପ୍ରଶଂସା ଶୁଣିବା ହିଁ  ମୋ ପାଇଁ ବହୁତ ଥିଲା ।’

କ୍ୟାରିୟର ଏବଂ ବ୍ୟକ୍ତିଗତ ଜୀବନ ଭିତରେ ସଂତୁଳନ ରଖିପାରିଲି ନାହିଁ

ଅଙ୍କିତା କହିଛନ୍ତି, ଏଥିପାଇଁ ମୋର ପ୍ରକୃତରେ କୌଣସି ଦୁଃଖ ନାହିଁ। ସେତେବେଳେ ମୋର ପ୍ରାଥମିକତା ଭିନ୍ନ ଥିଲା ।  ଏବଂ ମୁଁ କ୍ୟାରିୟର ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟରେ କିପରି ସନ୍ତୁଳନ ବଜାୟ ରଖିବି ସେକଥା ଜାଣି ନଥିଲି । ବର୍ତ୍ତମାନ ମୁଁ ଏହାକୁ ସନ୍ତୁଳିତ କରି ରଖିପାରିଛି  ଏବଂ ଅନ୍ୟମାନଙ୍କୁ ମଧ୍ୟ ଏହି ସନ୍ତୁଳନ ରଖିବାକୁ କହୁଛି ।

ଫରାହ ଖାନ ତାଙ୍କୁ ଶାହରୁଖ ଖାନଙ୍କ ଅଭିନୀତ ‘ହାପି ନ୍ୟୁ ଇୟର’ ପାଇଁ ଅଫର ଦେଇଥିଲେ କିନ୍ତୁ ସେ ଏହି ଫିଲ୍ମ କରିବାକୁ ମଧ୍ୟ ମନା କରିଦେଇଥିଲେ।

ଅଙ୍କିତା ଏବଂ ସୁଶାନ୍ତ ୨୦୦୯ରେ ମିଳିତଭାବେ ‘ପବିତ୍ର ରିସ୍ତା’ରୁ ସେମାନଙ୍କର ଟେଲିଭିଜନ କ୍ୟାରିୟର ଆରମ୍ଭ କରିଥିଲେ । ଦୁହେଁ ୨୦୧୦ରେ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ ।  ୨୦୧୬ରେ ଉଭୟ ବିବାହ କରିବାକୁ ନିଷ୍ପତି ନେଇଥିଲେ କିନ୍ତୁ ସେହି ବର୍ଷ ହିଁ ଦୁହେଁ ଅଲଗା ହୋଇଗଲେ ।